ସମ୍ବଲପୁର,୨୭/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ବିଜେପି ଜିଲ୍ଲା ସଭାପତି ରାମ ଚନ୍ଦ୍ର ମେହେର ଙ୍କ ଅନୁମୋଦନ କ୍ରମେ ସମ୍ବଲପୁର ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଗୁରଦୀପ ସିଂ ଆଜି ତାଙ୍କର ଜିଲ୍ଲା ଟିମ ର ସମସ୍ତ ପଦବୀ ର ପଦାଧିକାରୀ ଙ୍କ ନାମ ଘୋଷଣା କରିଛନ୍ତି ।
ବିଜେପି କ୍ଷେତ୍ରିୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ପ୍ରଦତ୍ତ ସୂଚନା ମୁତାବକମହମ୍ମଦ ଅନସାର କୁରୈଶୀ, ଅମୃତ ପାଲ ସିଂହ ବିର୍ଦୀ, ଏମ୍.ଡି. ଇସମାଇଲ ଓ ଏମ୍.ଡି. ଆଲିମ କାମଦାରଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଛି ।ସେହିପରି ରାଜନ ସିଂହ ଏବଂ ଶେଖ ବରକତ ଉଲ୍ଲାହଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଥିବା ବେଳେ ରଣଜିତ ସିଂହ, ଶୀତଳ ଜୈନ, ରିଜୱାନ ଉଦ୍ଦିନ ଓ ଡେବିଡ଼ ହଂଶଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି । ଇନ୍ଦ୍ରଜିତ ସିଂହ ସେମ୍ଭିଙ୍କୁ କୋଷାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହା ସହିତ କବି ଟଣ୍ଡନ, ଇକବାଲ ସିଂହ, ସିରିଅସ କୁଜୁର, ମୋନୁ ଖାନ ଓ ଜନ ଲାକ୍ରାଙ୍କୁ କାର୍ଯ୍ୟକାରୀଣି ସଦସ୍ୟ ଭାବେ ସାମିଲ କରାଯାଇଛି । ନୂତନ କର୍ମକର୍ତ୍ତାମାନେ ଦଳର ସାଂଗଠନିକ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ସହ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗ ଓ ଜନସେବା କାର୍ଯ୍ୟକୁ ଆଗକୁ ବଢ଼ାଇବା ସହ ଏହି କମିଟି ଘୋଷଣା ସମ୍ବଲପୁର ଜିଲ୍ଲାରେ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସାଂଗଠନିକ କାର୍ଯ୍ୟକଳାପକୁ ନୂତନ ଗତି ମିଳିବ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ମାନସ ରଞ୍ଜନ ବକ୍ସି କହିଛନ୍ତି ।
