ସମ୍ବଲପୁର,୨୭/୧୦,(ଉତ୍କଳ ସମାଚାର) (ଭୂମି ଏକ୍ସପ୍ରେସ): ସମ୍ବଲପୁରସ୍ଥିତ ସରସ୍ୱତୀ ବିହାରଠାରେ ଆର୍ଯ୍ୟ ସମାଜ ସତସଙ୍ଗ ଆନୁକୂଲ୍ୟରେ ‘ଓଁ କୃଣ୍ୱନ୍ତୋ ବିଶ୍ୱମାର୍ଯ୍ୟମ୍’ ସ୍ମରଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯଜ୍ଞ, ସତସଙ୍ଗ ପ୍ରବଚନ, ପୁସ୍ତକ ଉନ୍ମୋଚନ ଓ ବିତରଣ ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ହୋଇଥିଲା।ସମାରୋହରେ ଛତିଶଗଡ଼ର ଶ୍ରୀ ବାସୁଦେବ ବ୍ରତୀ, ବାଳିଆଳର ଆଚାର୍ଯ୍ୟ ଶ୍ରୀନିବାସ ପାଠୀ ଶର୍ମା, ରଜୋଡ଼ର ଆଚାର୍ଯ୍ୟ ବେଦ ପ୍ରକାଶ ଏବଂ ସମ୍ପର୍କ ଫାଉଣ୍ଡେସନର ସଭାପତି ଶ୍ରୀ ଅଶୋକ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବେଦର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

