ସମ୍ବଲପୁର,୩୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହରର ଧନୁପାଲି ମହାବୀରପଡ଼ା ନିବାସୀ ରବୀନ୍ଦ୍ର କୁମାର ଜେନା ଓ ତାଙ୍କ ପତ୍ନୀ ମେନକା ଜେନା କାର୍ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି। ରବୀନ୍ଦ୍ର ଜେନା ଭୁତାପଡ଼ାସ୍ଥିତ ମା’ ମଙ୍ଗଳା ମନ୍ଦିରର ପୃଷ୍ଠପୋଷକ ତଥା ମା’ଙ୍କ ପରମ ଭକ୍ତ।ସେମାନେ ସମ୍ବଲପୁର ଫେରୁଥିବା ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ବଲପୁର–ଦେବଗଡ଼ ଜାତୀୟ ରାଜପଥ ୫୩ର ବଡ଼ରମା ଘାଟିରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ସେମାନଙ୍କ ବ୍ରେଜା କାର୍ର ଧକ୍କା ହୋଇଥିଲା। କାର୍ର ନମ୍ବର ଓଡି ୦୫ ବିକେ ୨୪୧୪। ଧକ୍କାରେ କାର୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି।ଉଭୟଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ମଣିପାଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି


