ସମ୍ବଲପୁର,୩୧/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୂଲ୍ୟରେ ଜାତୀୟ ଏକତା ଦିବସ ଓ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ବୌଦ୍ଧିକ ସମାରୋହରେ ନାକଟିଦେଉଳ ଥାନାର ଭାରପ୍ରାପ୍ତ ନିରୀକ୍ଷକ ଅମୁନ୍ ସେନ୍ କିରୋ ମୁଖ୍ୟ ଅତିଥି ଏବଂ ଅଧ୍ୟାପକ ଶେଷଦେବ ବିଶ୍ୱାଳ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜାତୀୟ ଏକତା ଦିବସ ଓ ସର୍ଦ୍ଦାର ପଟେଲଙ୍କ ଜୀବନ ତଥା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।ଅଧ୍ୟାପକ ଦେବେଶ ବିଶ୍ୱାଳ, ବିନୋଦ ବିହାରୀ ପ୍ରଧାନ, ଭଜମୋହନ ପ୍ରଧାନ, ସୁଭାଷ ଚନ୍ଦ୍ର ବେହେରା ଓ ହିମାଂଶୁ ବାରିକ ଅଖଣ୍ଡ ଭାରତ, ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଓ ଭାରତୀୟ ସମ୍ବିଧାନ ବିଷୟରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଦେଶରେ ଶାନ୍ତି, ମୈତ୍ରୀ ଓ ଏକତା ପ୍ରତିଷ୍ଠା ପାଇଁ ଶପଥ ନେଇଥିଲେ। ପରେ ଛାତ୍ରଛାତ୍ରୀମାନେ ଅଞ୍ଚଳ ପରିକ୍ରମା କରିଥିଲେ। ଅଧ୍ୟାପିକା ଡଃ ଆର୍. ପୁଷ୍ପାଞ୍ଜଳି ଧନ୍ୟବାଦ ଅର୍ପଣ କରିଥିଲେ

