କେନ୍ଦୁଝର,31//10,(ଉତ୍କଳ ସମାଚାର): ଜନସାଧାରଣଙ୍କ ସମସ୍ୟାର ସମାଧାନ ଏବଂ ପ୍ରଶାସନିକ ସେବାକୁ ଅଧିକ ତତ୍ପର କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ନଭେମ୍ବର ମାସ ପାଇଁ ‘ଯୁଗ୍ମ ଅଭିଯୋଗ ଶୁଣାଣି’ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଓଡ଼ିଶା ସରକାରଙ୍କ ଜନ ଅଭିଯୋଗ ଓ ପେନସନ ପ୍ରଶାସନ ବିଭାଗର ନିର୍ଦ୍ଦେଶକ୍ରମେ ଆୟୋଜିତ ହେବାକୁ ଥିବା ଏହି ଶିବିରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସିଧାସଳଖ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ। ଏହି ଶୁଣାଣି ସୋମବାରଗୁଡ଼ିକରେ ସକାଳ ୧୦:୦୦ ଟାରୁ ଅପରାହ୍ନ ୧:୦୦ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟସୂଚୀ ଏହିପରି:୦୨ ନଭେମ୍ବର ୨୦୨୬ (ସୋମବାର): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ (ଦରବାର ହଲ୍), କେନ୍ଦୁଝର,୯ ନଭେମ୍ବର ୨୦୨୬ ସୋମବାର):ପଞ୍ଚାୟତ ସମିତି କାର୍ଯ୍ୟାଳୟ,ହାଟଡିହି,୧୬ ନଭେମ୍ବର ୨୦୨୬ (ସୋମବାର): ପଞ୍ଚାୟତ ସମିତି କାର୍ଯ୍ୟାଳୟ,ବାଂଶପାଳ,୨୩ ନଭେମ୍ବର ୨୦୨୬ (ସୋମବାର):ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଚମ୍ପୁଆ,୩୦ ନଭେମ୍ବର ୨୦୨୬ (ସୋମବାର):ପଞ୍ଚାୟତ ସମିତି କାର୍ଯ୍ୟାଳୟ,ଘଟଗାଁ।ଜନସାଧାରଣଙ୍କ ସୁବିଧା ପାଇଁ ଏହି ଶିବିରଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶେଷ ଭାବେ ଅସୁସ୍ଥ ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ବସିବା ସହ ପାନୀୟ ଜଳର ସମସ୍ତ ସୁବିଧା ଯୋଗାଇ ଦେବାକୁ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଶିବିରରେ ଗ୍ରହଣ କରାଯାଉଥିବା ଅଭିଯୋଗଗୁଡ଼ିକୁ ତୁରନ୍ତ ସମାଧାନ ସୂତ୍ରରେ ପକାଇବା ପାଇଁ ଏହାକୁ ସରକାରୀ “ଜନ ଶୁଣାଣି ପୋର୍ଟାଲ”ରେ ପଞ୍ଜିକରଣ କରିବାକୁ ଏକ ସ୍ୱତନ୍ତ୍ର ଟିମ୍ ନିୟୋଜିତ ରହିବେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଅଞ୍ଚଳବାସୀଙ୍କୁ ନିଜ ନିଜର ଅଭିଯୋଗ ନେଇ ଏହି ଶିବିରରେ ଯୋଗ ଦେବାକୁ ଅନୁରୋଧ କରାଯାଇଛି।
