କେନ୍ଦୁଝର:31//10,(ଉତ୍କଳ ସମାଚାର)ବହୁଚର୍ଚ୍ଚିତ କନେଷ୍ଟବଳଙ୍କ ସ୍ବାମୀ ବ୍ୟବସାୟୀ ତ୍ରିଲୋଚନ ମହାନ୍ତ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି କେନ୍ଦୁଝର ପୁଲିସ। ଏହି ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି। ଶୁକ୍ରବାର ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇ ପୁଲିସ ସିନ୍ ରିକ୍ରିଏସନ୍ କରିଥିଲା। ଏହି ଘଟଣାରେ ଯାଜପୁର ଅଞ୍ଚଳର ଏରାଗୋଲା ଗୋଷ୍ଠୀର ସମ୍ପୃକ୍ତି ଥିବା କେନ୍ଦୁଝର ଏସ୍ପି ନିତିନ କୁଶଳକର ଡାଗଡୁ କହିଛନ୍ତି। ଗତ ସେପ୍ଟେମ୍ବର ୨୮ ତାରିଖ ରାତି ପ୍ରାୟ ୧୦ ଟା ବେଳେ ଖଜୁରିପଶି ଗ୍ରାମର ତ୍ରିଲୋଚନ ମହାନ୍ତ ତଥା ପାଟଣା ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳଙ୍କ ସ୍ବାମୀ କେନ୍ଦେଇପଶି ବଜାରରୁ ନିଜ ଜନସେବା କେନ୍ଦ୍ର ବନ୍ଦ କରି ପତ୍ନୀ ଙ୍କ ବାସଭବନ କୁ ସ୍କୁଟି ଯୋଗେ ଫେରୁଥିବା ସମୟରେ କେନ୍ଦେଇପଶି ପାଟଣା ରାସ୍ତା ର ହନୁମାନ ଛକ ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଥୁଲେ। ତ୍ରିଲୋଚନ ପ୍ରତିରୋଧ କରିଥିଲା ବେଳେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ବିଭସ ଭାବେ ହତ୍ୟା କରିବା ପରେ ତାଙ୍କ ନିକଟରୁ ଟଙ୍କା ଓ ଲାପଟପ୍ ବ୍ୟାଗ୍ ଲୁଟି ନେଇଥିଲେ। ଏନେଇ ତୁରୁମୁନ୍ଗା ଆନାରେ ଏକ ମାମଲା ରୁଜ୍ ହୋଇଥିଲା। ଅତିରିକ୍ତ ଆନାଧିକାରୀ ସବିତା ନାଏକ ଘଟଣାର ତଦନ୍ତ କରୁଥୁଲେ। କେନ୍ଦୁଝର ପୁଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ସହାୟତ।ରେ ତଦନ୍ତ ଜାରି ରହିବା ସହ ୧୦ଟି ଟିମ୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଛାନଭିନ ଜାରି ରଖି ଥିଲା।ପ୍ରଥମେ ଅଭିଯୁକ୍ତଙ୍କୁ ଜନସେବା କେନ୍ଦ୍ରକୁ ନିଆଯାଇଥିଲା। ପରେ ବଜାର ରାସ୍ତା ଦେଇ ହତ୍ୟାକାଣ୍ଡ ଘଟିଥିବା ସ୍ଥାନକୁ ନେଇ ସିନ୍ ରିକ୍ରିଏସନ୍ କରାଯାଇଥିଲା। ପୁଲିସର ସୂଚନା ଅନୁସାରେ, ଦୁଇ ଜଣ ଅଭିଯୁକ୍ତ ରାସ୍ତାକଡ଼ରେ ଲୁଚି ରହିଥିବାବେଳେ ଅନ୍ୟମାନେ ତ୍ରିଲୋଚନଙ୍କ ଗତିବିଧ୍ ଉପରେ ନଜର ରଖ୍ ତାକୁ ପିଛା କରୁଥୁଲେ। ସେ ଘଟଣାସ୍ଥଳରେ ପହଞ୍ଚିବା ପରେ ଆକ୍ରମଣ କରିବା ସହ ଗୁଳି ଚଳାଇଥିଲେ ଏବଂ ଟଙ୍କା ଓ ଲାପଟପ୍ ବ୍ୟାଗ୍ ଲୁଟିଥିଲେ। ସିନ୍ ରିକ୍ରିଏସନ୍ ସମୟରେ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକଙ୍କ ସହ କେନ୍ଦୁଝର ଏସ୍ପି, ଅତିରିକ୍ତ ଏସ୍ପି ସ୍ନେହାସିସ ସାହୁ, ପ୍ରତ୍ୟୁଷ ମହାପାତ୍ର, ଚମ୍ପୁଆ ଏସ୍ଡିପିଓ ରଞ୍ଜନ ସାହୁ, ତୁରୁମୁନ୍ଗା ଆନାଧିକାରୀ ଦୀପ୍ତି ରଞ୍ଜନ ସାହୁ, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ବାରିଆ। ଥାନା ଅଧିକାରୀ ମୁକୁନ୍ଦ ଦେବ ନାଏକ, ସଦର ଥାନାଅଧିକାରୀ ଅମିତ ଭୂୟାଁ , ଟାଉନ୍ ଥାନାଧିକାରୀ ଶ୍ରୀକାନ୍ତ ସାହୁ, ଇନ୍ସପେକ୍ଟର ମାନସ ମହାକୁଳଙ୍କ ସମେତ ସୁରକ୍ଷା ଦୃଷ୍ଟିରୁ ପୁଲିସ ବଳୟ ସୃଷ୍ଟି କରାଯାଇଥିଲା। ମୃତକ ତ୍ରିଲୋଚନଙ୍କ ମାଆା ଲକ୍ଷ୍ମୀ ମହାନ୍ତ ପତ୍ନୀ ତୁଳସୀ, ଭଉଣୀ ତପସ୍ଵିନୀ , ସମ୍ପର୍କୀୟ ଅର୍ଜୁନ ଚରଣମହାନ୍ତ ଦୋଷୀଙ୍କୁ କଠୋର ଦଣ୍ଡ ସହ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। କେନ୍ଦୁଝର ଏସ୍ପି ନିତିନ କୁଶଳକର ମଧ୍ୟ ଅପରାଧୀକୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ଏବଂ ଆଇନ ଅନୁଯାୟୀ ଦଣ୍ଡିତ କରାଯିବବୋଲି କହିଛନ୍ତି। ଏସ୍ପିନିଜେ ତ୍ରିଲୋଚନଙ୍କ ଘରକୁ ଯାଇ ତାଙ୍କ ବାପା ସାଧବ ମହାନ୍ତ ଓ ବିଧବା ପତ୍ନୀ ତୁଳସୀ ଙ୍କୁ ଭେଟି ସମବେଦନା ଜଣାଇଥିଲେ ତ୍ରିଲୋଚନଙ୍କ ମୃତ୍ୟୁରେ ଗୋଟିଏ ପରିବାର ନିଜର ରୋଜଗାରିଆ ପୁଅକୁ ହରାଇଥିବା ବେଳେ ପୁଲିସର ଗିରଫଦାରୀ ପରେ ପରିବାର ସହ ଅଞ୍ଚଳବାସୀଙ୍କ ମନରେ ଆଶ୍ବସ୍ତି ଆଣି ଦେଇଛି। ଏବେ ସମସ୍ତଙ୍କ ନଜର ନ୍ୟାୟିକ ପ୍ରକ୍ରିୟା ଉପରେ ରହିଛି।

