ସମ୍ବଲପୁର,1//11,(ଉତ୍କଳ ସମାଚାର),(ସରୋଜ ସାହୁ): ମାନେଶ୍ୱର ବ୍ଲକ୍ ଅନ୍ତର୍ଗତ ସାହାସପୁର ଗ୍ରାମର ଶତାୟୁ ବୃଦ୍ଧା ବିନୋଦିନୀ ପୃସେଟଙ୍କ ୧୦୨ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ପରିବାରବର୍ଗ, ଆତ୍ମୀୟସ୍ୱଜନ ଓ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ବାର୍ଦ୍ଧକ୍ୟଜନିତ ଦୁର୍ବଳତା କାରଣରୁ ସେ ଗତ କିଛି ବର୍ଷ ଧରି ଶଯ୍ୟାଶାୟୀ ଥିଲେ। ତାଙ୍କର ୫ ଜଣ ପୁଅ ଓ ୩ ଜଣ ଝିଅ ଅଛନ୍ତି। ମୃତ୍ୟୁ ସମୟରେ ପୁଅ, ପୁତ୍ରବଧୂ, ନାତି-ନାତୁଣୀ, ଅଣନାତି-ଅଣନାତୁଣୀ, ଛଣନାତି-ଛଣନାତୁଣୀଙ୍କ ସମେତ ଆତ୍ମୀୟସ୍ୱଜନ ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ।ପରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ପୁତ୍ର ମୃତ୍ୟୁଞ୍ଜୟ ପୃସେଟ ମୁଖାଗ୍ନି ଦେଇଥିଲେ।

