ସମ୍ବଲପୁର,୦୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ଧମା ପଞ୍ଚାୟତର ଧମାଠାରେ ରବିବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ରେଢ଼ାଖୋଲ ବିଧାୟକ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧମା ହାଇସ୍କୁଲ ସମ୍ମୁଖରୁ ପଦଯାତ୍ରା ଆରମ୍ଭ ହୋଇ ହାଟପଦା ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ଆୟୋଜିତ ସଭାରେ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଅଞ୍ଚଳର ବିକାଶ ପାଇଁ ବିଜେଡି ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଅଞ୍ଚଳର ବିକାଶ କାର୍ଯ୍ୟରେ କେହି ବାଧକ ସାଜିଲେ ଦଳ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସେ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ସହିତ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତା, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ।ଏହି ସଭାରେ ବିଜେଡି ବ୍ଲକ ସଭାପତି ନନ୍ଦଲାଲ ତ୍ରିପାଠୀ, ଧମା ସରପଞ୍ଚ ଲଳିତା ପ୍ରଧାନ, ହୁମା ସରପଞ୍ଚ ଇଲାବତୀ ପୂଝାରୀ, ଡକରା ସରପଞ୍ଚ ସୌମ୍ୟରଞ୍ଜନ ପୂଝାରୀ, ଦେଓଗାଁ ସରପଞ୍ଚ ସରସ୍ୱତୀ ରାଉତ ଏବଂ ଜିଲ୍ଲା ଉପସଭାପତି ଗୋବିନ୍ଦ ପଟ୍ଟନାୟକ ପ୍ରମୁଖ ଉଦବୋଧନ ଦେଇଥିଲେ। ବିଧାୟକଙ୍କ ପ୍ରତିନିଧି ମନୋଜ କୁମାର ମହାପାତ୍ର ସଭାର ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବାଶିଷ ପଟ୍ଟନାୟକ, ତରଣୀସେନ ମିର୍ଦ୍ଧା, ପ୍ରଶାନ୍ତ ପୂଝାରୀ, ଦିଲ୍ଲୀପ ପ୍ରଧାନ, ମାନସ ବେହେରା, ରାକେଶ ବେହେରା, ଯଶୋବନ୍ତ ପ୍ରଧାନ, ଶଶାଙ୍କ ଶେଖର ପାଣିଗ୍ରାହୀ, ଆଲୋକ ବେହେରା, ସମିର ପାଢ଼ୀ, ଶ୍ରୀକାନ୍ତ ବାଦୀ, ମଣ୍ଟୁ ଦନ୍ତ, ଦୟାନିଧି ଭୋଇ, ତପନ ନାଥ, ପ୍ରଦୀପ ପତି, ଦେବବ୍ରତ ବିଶ୍ୱାଳ, ଲକ୍ଷ୍ମଣ ଭୋଇ, ଭକ୍ତ ସାହୁ, ଗୌର ପ୍ରଧାନ, ପିପିନ ନାୟକ, ଶେଷଦେବ ବେହେରା, ଉଦ୍ଧବ କୁଅଁର, ପିଣ୍ଟୁ ସେଠ୍, ମିଲନ ଭୋଇ, ପଦ୍ମଲୋଚନ ବେଳ, ପ୍ରଫୁଲ୍ଲ ମିର୍ଦ୍ଧା, ବସୁଦେବ ମହାନନ୍ଦ, ଗୁରୁଦେବ ହାତୀ, ଧନୁ ପଟେଲ ଓ ସତ୍ୟବାନ ମିଶ୍ରଙ୍କ ସମେତ ଅନେକ ଦଳୀୟ କର୍ମୀ ସହଯୋଗ କରିଥିଲେ। ଏହି ପଦଯାତ୍ରା ଓ ସଭାରେ ଏକ ହଜାରରୁ ଊର୍ଦ୍ଧ୍ୱ ଦଳୀୟ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ।

