ରାଉରକେଲା ୬/୧୧ (ଉତ୍କଳ ସମାଚାର): ଇଣ୍ଡିଆନ୍ ଫୁଟବଲ୍ ଲିଗ୍ରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ପରେ, ସମଲେଶ୍ୱରୀ ସ୍ପୋର୍ଟିଂର ମୁଖ୍ୟ ପ୍ରଶିକ୍ଷକ ଅବଦୁଲ ଅଜିମ୍ ସିଦ୍ଦିକ୍ ଡେମ୍ପୋ ଏସସି ଠାରୁ ୨-୧ ଗୋଲରେ ପରାସ୍ତ ହେବା ପରେ ମ୍ୟାଚ୍ ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ।
ମୁଖ୍ୟ ପ୍ରଶିକ୍ଷକ ତାଙ୍କ ବକ୍ତବ୍ୟରେ ଖରାପ ଫଳାଫଳ ସତ୍ତ୍ୱେ, ମ୍ୟାଚ୍ ପଡ଼ିଆରେ ପ୍ରଚୁର ଉତ୍ସାହ ଏବଂ ସମର୍ଥନର ଏକ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ୯,୪୩୮ ଜଣ ପ୍ରଭାବଶାଳୀ ଦର୍ଶକଙ୍କ ସମର୍ଥନ ସମଲେଶ୍ୱରୀ ସ୍ପୋର୍ଟିଂକୁ ଉତ୍ସାହ କରିବାକୁ ଆଗେଇ ଆସିଥିଲେ। ମୁଖ୍ୟ ପ୍ରଶିକ୍ଷକ ଫଳାଫଳ ପାଇଁ ବ୍ୟକ୍ତିଗତ ଦାୟିତ୍ୱ ନେବା ସହିତ ଦଳର ଅକ୍ଳାନ୍ତ ପ୍ରୟାସକୁ ପ୍ରଶଂସା କରିଥିଲେ।
ସମଲେଶ୍ଵରୀ ସ୍ପୋର୍ଟିଂର ଖେଳାଳିମାନେ ଭଲ ଲଢ଼ିଥିଲେ, କିନ୍ତୁ ରାଉରକେଲା ବିର୍ସା ମୁଣ୍ଡା ଗ୍ରାଉଣ୍ଡରେ ନୂତନ ଭାବରେ ଖେଳୁଥିବାରୁ, ପିଲାମାନେ ଗ୍ରାଉଣ୍ଡରେ ଅଭ୍ୟସ୍ତ ନଥିଲେ। ଏହା ଭୁଲ ଥିଲା ଏବଂ ଆମେ ପରବର୍ତ୍ତୀ ମ୍ୟାଚ୍ରେ ପୁଣି ଶକ୍ତିଶାଳୀ ହେବା ପାଇଁ ଚେଷ୍ଟା କରିବା ସହିତ ଭଲ ପ୍ରଦର୍ଶନ କରିବୁ କହିଥିଲେ ମୁଖ୍ୟ ପ୍ରଶିକ୍ଷକ ଅବଦୁଲ ଅଜିମ୍ ସିଦ୍ଦିକ୍। ଖେଳ ସମୟରେ ଦର୍ଶକଙ୍କ ସମର୍ଥନ ଭଲ ଥିଲା ବୋଲି କହିଛନ୍ତି ସମଲେଶ୍ଵରୀ ସ୍ପୋର୍ଟିଂର ମୁଖ୍ୟ ପ୍ରଶିକ୍ଷକ।
ସମଲେଶ୍ୱରୀ ସ୍ପୋର୍ଟିଂ ମ୍ୟାଚରେ ଉପସ୍ଥିତ ସମସ୍ତ ୯,୪୩୮ ପ୍ରଶଂସକଙ୍କୁ ଗଭୀର କୃତଜ୍ଞତା ଜଣାଉଛି ବୋଲି କହିଥିଲେ ଶ୍ରୀ ସିଦ୍ଦିକ୍। ୨୦୨୬ ନଭେମ୍ବର ୧୫ରେ ରାଜସ୍ଥାନ ୟୁନାଇଟେଡ୍ ଏଫସି ବିପକ୍ଷରେ ସନ୍ଧ୍ୟା ୬:୩୦ ରେ ହେବାକୁ ଥିବା ସେମାନଙ୍କର ପରବର୍ତ୍ତୀ ଇଣ୍ଡିଆନ୍ ଫୁଟବଲ୍ ଲିଗ୍ ମ୍ୟାଚ୍ରେ ଦଳକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ସ୍ୱାଗତ କରିବାକୁ ଶ୍ରୀ ସିଦ୍ଦିକ୍ ଆହ୍ବାନ ଦେଇଛନ୍ତି।

