ସମ୍ବଲପୁର,୦୯/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସେବା ଓ ମାନବିକତାର ବାର୍ତ୍ତା ନେଇ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱାଭିମାନ’। ଦୀର୍ଘ ୯ ବର୍ଷ ଧରି ଅନୁଷ୍ଠାନ ପକ୍ଷରୁ ଜାରି ରହିଥିବା ‘ବାଣ ନୁହେଁ, ଆସ ଆମେ ହସ ଫୁଟାଇବା’ କାର୍ଯ୍ୟକ୍ରମ ଅଧୀନରେ ହୀରାକୁଦର ଲରପଙ୍କସ୍ଥିତ ପିଲା କଳ୍ପତରୁ ସେବାଶ୍ରମରେ ଏହି ସେବାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ସେବାଶ୍ରମର ଅନ୍ତେବାସୀ ଶିଶୁମାନଙ୍କୁ ନୂତନ ବସ୍ତ୍ର, ପାଠ୍ୟ ଉପକରଣ, ଖାଦ୍ୟ ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇବା ସହ ଶିଶୁମାନଙ୍କ ସହ ଖୁସି ବାଣ୍ଟିବା ଥିଲା ଏହି ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ସମାଜସେବୀ ସନ୍ଦୀପ ପଟ୍ଟନାୟକ ମୁଖ୍ୟ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ରାଜାରାମ ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସ୍ୱାଭିମାନ, ସମ୍ବଲପୁରର ସମ୍ପାଦକ ଶିଶିର ବହିଦାରଙ୍କ ତତ୍ତ୍ୱାବଧାନରେ ଏହି ଆୟୋଜନ ସଫଳ ହୋଇଥିଲା। ଏଥିରେ କୁନ୍ଦନ ପ୍ରଧାନ, ଦେବନ୍ତ ବେହେରା, ସମୀର ହୋତା, ସଞ୍ଜୀବ କଂସାରୀ, ସତ୍ୟବାନ ବାଗ, ପଠାନ ରାଉତ, ବର୍ଷା ମୁଣ୍ଡା, ଶୁଭକେଶ ପ୍ରଧାନ, ସୁଧାର ବେହେରା, ବାବୁଲୁ ଷଣ୍ଢ, ଯାମିନୀ ବହିଦାର, ବିଶ୍ୱଜିତ୍ ପଟ୍ଟନାୟକ, ଶ୍ରୀମାଂଶୁ ରାଉତ, ଜଗଦୀଶ ପଟେଲ, ଚିନ୍ମୟ ଦାସ ଓ କଲ୍ୟାଣୀ ବାରିକଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।ଅନ୍ୟର ମୁହଁରେ ହସ ଫୁଟାଇବା ହିଁ ଦୀପାବଳିର ପ୍ରକୃତ ଖୁସି ବୋଲି ବାର୍ତ୍ତା ଦେଇ ଅନୁଷ୍ଠାନର ଏହି ମାନବିକତାପୂର୍ଣ୍ଣ ପ୍ରୟାସ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି।

