ସମ୍ବଲପୁର,୧୨/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ହାତିବାରୀସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନଠାରେ ରାମାନୁଜନ ଗଣିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାରେ ମୋଟ ୫୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର ବରିଷ୍ଠ ନାଗରିକ ସଂଗଠନ ପକ୍ଷରୁ ଏହି ପରୀକ୍ଷାର ଆୟୋଜନ କରାଯାଇଥିଲା।ପରୀକ୍ଷା ସମୟରେ ସଂଗଠନର ସଦସ୍ୟ ଶ୍ରୀ ପ୍ରଦୀପ ପଣ୍ଡା, ଶ୍ରୀ ପ୍ରମୋଦ ପଟ୍ଟନାୟକ, ଶ୍ରୀ ମନୋଜ ପଣ୍ଡା ଓ ଶ୍ରୀ ଜଟା ଭୂଷଣ ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କୁଳଧର ପ୍ରଧାନ ଏହି ଆୟୋଜନ ପାଇଁ ସଂଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ।ଅନ୍ୟ ଏକ ସାମାଜିକ କାର୍ଯ୍ୟକ୍ରମରେ ଫୁଲଝରଣସ୍ଥିତ ମାହୁଲପାଲିର ଆଇ.ଏସ୍. ବାଳ ନିକେତନର ଜଣେ ଅନ୍ତେବାସୀ ଛାତ୍ରଙ୍କୁ ଏକ ଚେସ୍ ବୋର୍ଡ ପ୍ରଦାନ କରାଯାଇଥିଲା। ଛାତ୍ରଙ୍କ ମଧ୍ୟରେ ବୌଦ୍ଧିକ ବିକାଶ ଓ ଖେଳ ପ୍ରତି ଆଗ୍ରହ ବୃଦ୍ଧି କରିବା ଦିଗରେ ଏହି ପଦକ୍ଷେପ ଉଲ୍ଲେଖନୀୟ।

