କେନ୍ଦୁଝର :5//12,(ଉତ୍କଳ ସମାଚାର) ଆଜି କେନ୍ଦୁଝର ସଦରମହକୁମାସ୍ଥ ହୋଟେଲ ଶ୍ରୀକ୍ଷେତ୍ର ଇଣ୍ଟରନ୍ୟାସନାଲ ତୃତୀୟମହଲାରେ ଇଣ୍ଡିଆନ ଅଏଲ କର୍ପୋରେସନ ଓଡିଶା ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇ ରାଜ୍ୟ ତଥା ଦେଶରେ ଆଦୃତଲାଭ କରିଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ସମ୍ପର୍କ ରେ ତଥ୍ୟ ପ୍ରଦାନ କରିବା ସହିତ ଅତିରିକ୍ତ ନିଃଶୁଳ୍କ ଏଲପିଜି ସଂଯୋଗୀ କରଣ ର ଘୋଷଣା ସମ୍ପର୍କ ରେ ଆଇଓସିଏଲ ସିଜିଏମ ତଥା ଷ୍ଟେଟହେଡ଼ କୋ ଅରଡିନେଟର ଶ୍ରୀ କମଲ ଶିଲ ଙ୍କ ଦ୍ୱାରା ବିବରଣୀ ପ୍ରଦାନ କରାଯାଇଛି, ଏଥିସହିତ ସମସ୍ତ ହିତାଧିକାରୀ ମାନଙ୍କୁ ଇକେୱାଇସି କରାଇନେବାକୁ ପରାମର୍ଶ ଦିଆ ଯାଇଛି, ଏହି ସମ୍ମିଳନୀ ରେ ଏଲପିଜି ମୁଖ୍ୟମହା ପ୍ରବନ୍ଧକ ଶ୍ରୀ ନାରୋ ଟୁଣ୍ଡୁପ, ମୁଖ୍ୟ ସିଏସଓ ପବିତ୍ର କୁମାର ସାହୁ, କର୍ପୋରେଟ ଜେନେରାଲ ମ୍ୟାନେଜର ସୁସ୍ମିତା ତ୍ରିପାଠୀ, ଏଲପିଜି ସେଲସ ଜୋନାଲ ମୁଖ୍ୟ ସନ୍ତୋଷ କୁମାର ଉପସ୍ଥିତ ରହି ସବିଶେଷ ତଥ୍ୟ ରଖିଥିଲେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ମାଧ୍ୟମରେ ଲାଭନ୍ୱିତ ମାନେ ଜମାବିହୀନ ସିଲିଣ୍ଡର ପ୍ରେସର ରେଗୁଲେଟର, ସୁରକ୍ଷା ହୋଜ, ଟ୍ୟାକ୍ସ ଫ୍ରି, ଡୋମେସ୍ଟିକ କ୍ୟାସ କନଜ୍ୟୁମ କାର୍ଡ ପାଇପାରିବେ, ନୂତନ ହିତାଧିକାରୀ ମାନେ ନିକଟସ୍ଥ ଡିଷ୍ଟ୍ରିବ୍ୟୁଟର, କମନସର୍ଭିସ ସେଣ୍ଟର କିମ୍ବା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ବୋଲି ଅନୁରୋଧ କରାଯାଇଛି

