ରାଉରକେଲା:5//12,(ଉତ୍କଳ ସମାଚାର)ରାଉରକେଲା ବନଖଣ୍ଡ ପକ୍ଷରୁ ଗଜ ରକ୍ଷା ଜନ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବିରମିତ୍ରପୁର ରେଞ୍ଜ ଓ ବିଶ୍ରା ରେ ଆଜି ଅନୁଷ୍ଠିତ ହୋଇଥିଲା l ରାଉରକେଲା ଡ଼ିଏଫଓ ଯଶୋବନ୍ତ ସେଠି ଙ୍କ ନିର୍ଦ୍ଦେଶ କ୍ରମେ ହାତିବାରୀ ହାଟ ଓ ନୂଆଗାଁ ହାଟ ଠାରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା lବିରମିତ୍ରପୁର ରେଞ୍ଜର ସୁଦେଷ୍ନା ଶୁଭଦର୍ଶିନୀ ପ୍ରଧାନ, ହାତିବାରୀ ଫରେଷ୍ଟର ସୁଶୀଲ କେରକେଟା, ଫରେଷ୍ଟ ଗାର୍ଡ ସବିତା ରଣା, ସ୍କ୍ୱାୱାଡ ଆକାଶ ଶେଖର ଦେଓ, ଗଜସାଥୀ ପରମେଶ୍ୱର, ସମର୍ଜିତ ମିଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ l ସେହିପରି ବିଶ୍ରା ରେଞ୍ଜ ର ଭାଲୁଲତା ହାଟ ଓ ଦରେଇକେଲା ଛକ ଠାରେ ଅନୁରୂପ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା l ବିଶ୍ରା ଫରେଷ୍ଟର ସ୍ମୃତି ମହାରଣା, ଫରେଷ୍ଟ ଗାର୍ଡ ଓ ସ୍କାର୍ଡ, ଗଜସାଥୀ ପ୍ରମୁଖ ଉପସ୍ଥିତ ଥିଲେ l ୱା.ଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ରଚିତ ଓ ତତ୍ୱାବଧାନ ରେ ଅନୁଷ୍ଠିତ ପଥପ୍ରାନ୍ତ ନାଟକ ମାଧମରେ ସଚେତନତା ର ବାର୍ତ୍ତା ପ୍ରଦାନ କରିଥିଲେ କଳାକାର ବୃନ୍ଦ l ହାତୀ ଦାଉରୁ ଧନ ଜୀବନ ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା l ଅନ୍ଧାରୁଆ ଓ ଭୋର ସମୟରେ ଶୌଚ ପାଇଁ ପଦାକୁ ଗଲେ ସତର୍କତା ଅବଲମ୍ବନ କରିବା, ହାତୀ ଜନବସତି ମୁହାଁ ହେଲେ ତା ସମ୍ମୁଖକୁ ନଯିବା, ତାକୁ ଆକ୍ରମଣ ନକରିବା, ହାତୀକୁ ବିଚଳିତ ନକରି ବନ ବିଭାଗକୁ ସୂଚନା ଦେବା, ହାତୀ ଯୋଗୁଁ ଧନ ଜୀବନ କ୍ଷତି ହେଲେ ଏଥି ପାଇଁ ରହିଥିବା କ୍ଷତିପୂରଣ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା l ଚାଷୀ ଓ ଗ୍ରାମବାସୀ ମାନେ ବ୍ୟକ୍ତି ଗତ କିମ୍ବା ଗୋଷ୍ଠୀ ଗତ ଭାବେ ସୌର ଵାଡ଼ ନିର୍ମାଣ ପାଇଁ ରହିଥିବା ପ୍ରୋତ୍ସାହନ ରାଶି ସମ୍ପର୍କ ରେ ମଧ୍ୟ ଅବଗତ କରାଯାଇଥିଲା l ବିଭିନ୍ନ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସଂଖ୍ୟାରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ l

