ରାଉରକେଲା:5//12,(ଉତ୍କଳ ସମାଚାର)ରାଉରକେଲା କଲେଜ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ଯାଳୟରେ ଦ୍ବି-ଦିବସୀୟ ୩୯ତମ ବାର୍ଷିକ କ୍ରୀଡା ଓ ଦୌଡ଼-କୁଦ ପ୍ରତିଯୋଗିତା ଉତ୍ସାହପୂର୍ଣ୍ଣ ପରିବେଶରେ ଉଦଯାପିତ ହୋଇଯାଇଛି। ପ୍ରଥମ ଦିବସରେ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ କରକମଳରେ ଉଦଘାଟିତ ହୋଇଥିଲା। ଦ୍ବିତୀୟ ଦିବସର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଉରକେଲା ମହାନଗରର ରାସ୍ତା ଓ ଗୃହନିର୍ମାଣ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଯଶସ୍ବିନୀ ମିଶ୍ର। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କ୍ରୀଡ଼ା ଶାରୀରିକ ଓ ମାନସିକ ସୁସ୍ଥତା ଦିଏ, ଶୃଙ୍ଖଳିତ କରେ। କ୍ରୀଡ଼ା ଭିତରେ ଯୁବବର୍ଗ ଆଜି ବ୍ଯଷ୍ଟି ସହ ସାମାଜ ତଥା ରାଷ୍ଟ୍ରୀୟ ଇଚ୍ଛା-ଆକାଙ୍କ୍ଷାକୁ ଚିହ୍ନି ପାରିଛି। ସ୍ପଷ୍ଟତା ସବୁବେଳେ ସଫଳତା ପ୍ରଦାନ କରେ। ତେଣୁ ଯୁବ ବର୍ଗ ଦ୍ବନ୍ଦ୍ବ ଠାରୁ ମୁକ୍ତ ହେବା ଜରୁରୀ। +୩ ଉପ-ସଭାପତି କରୁଣାକର ପାଟ୍ଟଶାଣୀ ଏବଂ +୨ ଉପ-ସଭାପତି ଅଜିତ୍ ବେକ ନିଜ ନିଜର ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ଉଭୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ ୩୦୦ ଜଣ ଛାତ୍ର-ଛାତ୍ରୀ ବିଭିନ୍ନ ଦୌଡ଼କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସଂପୂର୍ଣ୍ଣ ପ୍ରତିଯୋଗିତା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କ୍ରୀଡ଼ା ବିଶେଷଜ୍ଞ ନିଖିଳ କଳାକାର ପ୍ରଧାନ, ବିଶେଷଜ୍ଞ ସମୀର ସାହୁ, ଈଶ୍ୱର ଚନ୍ଦ୍ର ଟୁଡୁ, ପ୍ରଭାତ ରାଉଳ, ପ୍ରକାଶ ପଣ୍ଡା, ଅଶୋକ ପ୍ରସାଦ, ଅଭିଜିତ ପ୍ରସାଦ, ସାହାବ ଖାଁ ପ୍ରମୁଖଙ୍କ ଦ୍ବାରା ପରିଚାଳିତ ହୋଇଥିଲା । +୩ ବିଭାଗର ସହଯୋଗୀ ଅଧିକାରୀ ରଶ୍ମିପ୍ରଭା ମାଥାନ ଓ ରଞ୍ଜିତ ପ୍ରଧାନ ଏବଂ +୨ ବିଭାଗର ସହଯୋଗୀ ଅଧିକାରୀ ଅନୁପ ଏକ୍କା ଓ ତରଣି ନାୟକ ସମସ୍ତ ପ୍ରତିଯୋଗିତା ସଂପନ୍ନ କରିବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି ଦୁଇଦିନିଆ କ୍ରୀଡ଼ା ଉତ୍ସବରେ ପ୍ରତିଯୋଗୀମାନଙ୍କ ବିଶେଷ ଆକର୍ଷଣ ଥିଲା – ଦୌଡ଼ ପ୍ରତିଯୋଗିତାର ୧୦୦ମି., ୨୦୦ମି., ୪୦୦ମି., ୮୦୦ମି., ୧୫୦୦ମି ଦୌଡ଼, ୧୦୦ମି ରିଲେ, ୨୦୦ମି ୱାକ୍ ରେସ୍ ଏବଂ ଡିଆଁ ପ୍ରତିଯୋଗିତାର ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଫିଙ୍ଗା ପ୍ରତିଯୋଗିତାର ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ, ପୁଟିଂ ଦ ସଟ୍ ଇତ୍ୟାଦି ଥିଲା। ଛାତ୍ର-ଛାତ୍ରୀମାନଙ୍କ ଗୁଣାତ୍ମକ ପ୍ରଦର୍ଶନ, ଉତ୍ସାହ ଓ ସ୍ପର୍ଧାମୂଳକ ଭାବନା ଦୁଇଦିନିଆ କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ ଥିଲା। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। +୩ ପୁରୁଷ ବିଭାଗରେ ଅବିନାଶ ମୁଣ୍ଡାରୀ, ମହିଳା ବିଭାଗରେ ଅଙ୍କିତା କୁଲ୍ଲୁ, ପ୍ରିୟଙ୍କା ଲୁଗୁନ ଏବଂ +୨ ବାଳକ ବିଭାଗରେ ଦୀପକ ଭୂମିଜ ଓ ବାଳିକା ବିଭାଗରେ ଅସ୍ମିତା ଟପ୍ପୋ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଶ୍ରେଷ୍ଠ ସ୍ବେଚ୍ଛାସେବୀ ଭାବେ +୩ ବିଭାଗରେ ଅଜୟ କୁମାର ଯାଦବ, ରାଜଶ୍ରୀ ରାଉତିଆ, +୨ ବିଭାଗରେ ଅଞ୍ଜଳି ସାହୁ, ଧୀରଜ ଅଭିଜିତ ମିଞ୍ଜ୍ ସମ୍ମାନିତ ହୋଇଥିଲେ। କଲେଜ ପରିଚାଳନା ମଣ୍ଡଳୀ କହିଛନ୍ତି ଯେ ଏପରି କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ଛାତ୍ର-ଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ତଥା ପୂର୍ଣ୍ଣ ବ୍ୟକ୍ତିତ୍ୱ ନିର୍ମାଣରେ ଅତ୍ୟନ୍ତ ଦରକାରୀ। କଲେଜର ପ୍ରଶାସନିକ ଅଧିକାରୀ ରଶ୍ମି ରଞ୍ଜନ ରାଉତ ମଞ୍ଚ ପରିଚାଳନା କରିଥିଲେ। ପ୍ରାଧ୍ୟାପିକା ଭାରତୀ ବରୱା, ବନ୍ଦନା ସୋରେନ, ମନୋଜ କୁମାର ଦଳେଇ, ଦୀପାଳି ପ୍ରଧାନ, ମୌସୁମୀ ଦାସ, ସୌମ୍ୟରଞ୍ଜନ ପ୍ରଧାନ, ଅରବିନ୍ଦ ପ୍ରଧାନ, ମୀନକେତନ ନାଏକ, ଏଲିଜା ଡୁଙ୍ଗଡୁଙ୍ଗ, ଶ୍ବେତା ସାହୁ, ଦିବ୍ଯା ଦୀପ୍ତି ଷଡ଼ଙ୍ଗୀ, ଅଙ୍କିତା ପାଇକରାୟ, ରଚନା ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ସାଗରୀକା ନାୟକ, ଗୀତାଞ୍ଜଳି ପାଣିଗ୍ରାହୀ ପ୍ରମୁଖ ଅଧ୍ୟାପିକା-ଅଧ୍ଯାପକ ତଥା ଅନ୍ବେଷା ନାୟକ, ଚାନ୍ଦିନୀ ଗିରି, ଦୀପକ କୁମାର ଶାହା, ନରମୀ ମହାକୁଡ଼, କବିତା କିଷାନ, ଇସରାନ୍ତି ମୁଣ୍ଡା, ପୂଜା ତିର୍କି, ଆୟୁଷୀ ସିଂ, ଦିଶା ସିଂ, କାହ୍ନା ମହାରଣା, ଝରଣା ଭଞ୍ଜ, ବିଜୟ କୁମାର ଯାଦବ, ରାଜା ଖେସ, ଜଗନ ମହାନ୍ତି, ବିକି ନାଗ, ରୋହିତ ବେବର୍ତ୍ତା ପ୍ରମୁଖ ସ୍ବେଛାସେବୀ ତଥା କଲେଜର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ ପ୍ରଦାନ କରିଥିଲେ।

