ରାଉରକେଲା ୫/୧୨,(ଉତ୍କଳ ସମାଚାର)ଦୀର୍ଘ ୬ ମାସ ପରେ ଆଜି ଠାରୁ ଭୁବନେଶ୍ବରରୁ ରାଉରକେଲା ଏବଂ ରାଉରକେଲାରୁ ଭୁବନେଶ୍ବର ମଧ୍ୟରେ ବିମାନ ସେବା ଆରମ୍ଭ ହୋଇଛି। ଏହି ବିମାନ ସେବା ରାଉରକେଲାବାସୀଙ୍କ ଆଶା ଏବଂ ଆବଶ୍ୟକତାକୁ କେତେ ଦୂର ପୂରଣ କରିବ ତାହା ସମୟ କହିବ। ଇଣ୍ଡିଆ ଓ୍ବାନ୍ ଏୟାର ପକ୍ଷରୁ ୯ ସିଟ୍ କ୍ଷମତା ବିଶିଷ୍ଟ ବିମାନ ସେବା ଆଜିଠାରୁ ଆରମ୍ଭ ହୋଇଛି। ଭୁବେନଶ୍ବରରୁ ରାଉରକେଲା ବିମାନ ସେବାର ଟିକେଟର ଦର ରଖାଯାଇଛି ୨୯୯୯ ଟଙ୍କା । ଆଜି ଭୁବନେଶ୍ଵରରୁ ଆସିଥିବା ଇଣ୍ଡିଆ ଓ୍ବାନ୍ ଏୟାର ବିମାନରେ ଜଣେ ଯାତ୍ରୀ ଆସିଥିଲେ। ଆଗକୁ ଏହି ବିମାନ ସେବା କେତେ ଦିନ ଚାଲିବ ଏବଂ ରାଉରକେଲା – ଭୁବନେଶ୍ଵର ବିମାନ ସେବା ଯାତ୍ରୀମାନଙ୍କ ଆବଶ୍ୟକତାକୁ କେତେ ମାତ୍ରାରେ ପୂରଣ କରିପାରିବ ତାହା ସମୟ କହିବ !

