ସମ୍ବଲପୁର,୧୪/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ସରସ୍ୱତୀ ଶିଶୁ ମନ୍ଦିର, ଲଇଡ଼ାଠାରେ ଶନିବାର ଶିଶୁ ଦିବସ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି।ଏହି ଅବସରରେ ମାତୃଭାରତୀର ଅଧ୍ୟକ୍ଷା ଲୋକେଶ୍ୱରୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଆଚାର୍ଯ୍ୟା ବେବି ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଦିବସର ମହତ୍ତ୍ୱ ଓ ଉଦ୍ଦେଶ୍ୟ ସମ୍ପର୍କରେ ଶିଶୁମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଜୟକୃଷ୍ଣ ସାହୁ ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଚାର୍ଯ୍ୟ ରମେଶ କାହାଳି ଧନ୍ୟବାଦ ଅର୍ପଣ କରିଥିବାବେଳେ ଆଚାର୍ଯ୍ୟା କସ୍ତୁରୀ ସାହୁ ବୌଦ୍ଧିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଉପସ୍ଥିତ ଶିଶୁମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ଉତ୍ସବଟି ଆନନ୍ଦମୟ ପରିବେଶରେ ସମାପନ ହୋଇଥିଲା।

