ସମ୍ବଲପୁର,୧୮/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ରେଙ୍ଗାଲି କେଉଟଡିହିସ୍ଥିତ ସହାୟତା ଆଶ୍ରମ ପରିସରରେ ବିଶ୍ୱ ବୟସ୍କ ଦିବସ ଆଶ୍ରମର ସଭାପତି ବାବୁଲାଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏହି ଅବସରରେ ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣି ମୁଖ୍ୟ ଅତିଥି ଏବଂ ଅମିନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଆଶ୍ରମର ପ୍ରବୀଣ ସଦସ୍ୟ ତଥା ପ୍ରତିଷ୍ଠାତା ଶଶୀଭୂଷଣ ସାହୁଙ୍କୁ ମୁଖ୍ୟ ଅତିଥି ପୁଷ୍ପମାଲ୍ୟ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଅବସରରେ ବୟୋଜ୍ୟେଷ୍ଠଙ୍କ ଅଭିଜ୍ଞତା ଓ ମାର୍ଗଦର୍ଶନ ଏକ ସୁସ୍ଥ, ସଫଳ ଓ ସୁସଂଗଠିତ ପରିବାର ତଥା ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଏଥିରେ କିରଣ ମହାକୁଡ଼, ଆଦିତ୍ୟ ପ୍ରଧାନ, ନିରାକାର ବିଶ୍ୱାଳ, ଗୌରୀ ସାହୁ, ବିଶ୍ୱବିହାରୀ ବେହେରାଙ୍କ ସମେତ ସମ୍ବଲପୁର ଓଡ଼ିଶା ସେବାକାରୀ ସଂଘର ବିଶାଳ ବାଗ, ଧନପତି ପଟେଲ, ଆଦିତ୍ୟ ପୋଢ଼ ଏବଂ ଆଶ୍ରମର ବହୁ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇଥିଲେ।ଶେଷରେ ଆଶ୍ରମର କୋଷାଧ୍ୟକ୍ଷ ଦିବ୍ୟ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ

