ସମ୍ବଲପୁର,୨୧/୧୧(ଉତ୍କଳ ସମାଚାର),(ସରୋଜ ସାହୁ):ପଶ୍ଚିମ ଓଡ଼ିଶା ଆଦିବାସୀ ମିର୍ଦ୍ଧା-କିଷାନ ସମାଜ ମଙ୍ଗଳ ସଂଗଠନ, ମହାଖଳା, ଜୟନ୍ତପୁର ପକ୍ଷରୁ ମହାଖଳାସ୍ତରୀୟ କାର୍ତ୍ତିକ ଦଶମୀ ବୁଡ଼ ଉତ୍ସବ ଖଣ୍ଡୁଆଳସ୍ଥିତ ଗଙ୍ଗା ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲ୍ଲା ପରିଷଦ ଉପସଭାପତି ମାଧବ ମିର୍ଦ୍ଧା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଯୁଯୁମୁରା ବିଡିଓ ରାଜେଶ ଏକ୍କା, ଅର୍ଜୁନ ଜୟଦେବ ମିର୍ଦ୍ଧା, ଧ୍ରୁବଚରଣ ବାଗ, ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ସଭାରେ ସମାଜର ସଭାପତି ବାଲେଶ୍ୱର ମିର୍ଦ୍ଧା, ସମ୍ପାଦକ ସବୁର୍ଜୟ ଡନସେନା, ପୂର୍ଣ୍ଣଚନ୍ଦ୍ର ମିର୍ଦ୍ଧା, ଯୁବ ସଂଗଠନର ସଭାପତି ରାଇମନ ମିର୍ଦ୍ଧା, ଶତ୍ରୁଘନ ମାଝୀ, ଦୁଷ୍ମନ୍ତ ପ୍ରଧାନ, ରଞ୍ଜିତ ମିର୍ଦ୍ଧା, ବଳରାମ ମିର୍ଦ୍ଧା ଓ କୋଷାଧ୍ୟକ୍ଷ ଦେବାନନ୍ଦ ମିର୍ଦ୍ଧା ଉପସ୍ଥିତ ଥିଲେ। ବିପିନ ବାଗ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ମହାଖଳା ଅଧୀନରେ ଥିବା ବିଭିନ୍ନ ଘାଟର ଜାତିଭାଇମାନେ ଏକତ୍ରିତ ହୋଇ ପାରମ୍ପରିକ ବୁଡ଼ ଉତ୍ସବ ପାଳନ କରିଥିଲେ। ଏଥିସହ ଜାତିର ସାମଗ୍ରିକ ବିକାଶ, ନିଜ ଭାଷା ଓ ପରମ୍ପରାର ସୁରକ୍ଷା ତଥା ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ନେଇ ଆଲୋଚନା ହୋଇଥିଲା। ଉତ୍ସବ ମାଧ୍ୟମରେ ସମାଜର ଏକତା ଓ ସାମୂହିକ ଭାବନାକୁ ସୁଦୃଢ଼ କରିବାର ଆହ୍ୱାନ ଦିଆଯାଇଥିଲା।

