ସମ୍ବଲପୁର,୨୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସ୍ଥାନୀୟ ନନ୍ଦପଡାସ୍ଥିତ ବଂ ବରାଡ ବାଲୁଙ୍କେଶ୍ୱର ମନ୍ଦିରଠାରେ ପବିତ୍ର କାର୍ତ୍ତିକ ମାସ ଓ ପଞ୍ଚୁକ ଉପଲକ୍ଷେ ତ୍ରୟୋଦଶୀ ତିଥିରେ ରବିବାର ସାମୂହିକ ଭାଗବତ ପାଠ ଉତ୍ସବ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଯାଇଛି। ଏହି ଅନୁଷ୍ଠାନରେ ଅରୁଣକାନ୍ତି ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ୧୨୦ ଜଣ ବ୍ରାହ୍ମଣଙ୍କ ଦ୍ୱାରା ସାମୂହିକ ଭାଗବତ ପାଠ କରାଯାଇଥିଲା। ଏଥିସହ ବାବା ବାଲୁଙ୍କେଶ୍ୱରଙ୍କ ରୁଦ୍ରାଭିଷେକ, ହୋମଯଜ୍ଞ, ପୂଜାର୍ଚ୍ଚନା, ଚଣ୍ଡୀପାଠ ଓ ଗୀତାପାଠ ପରେ ପୂର୍ଣ୍ଣାହୁତି ଏବଂ ପ୍ରସାଦ ବଣ୍ଟନ କରାଯାଇଥିଲା।ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଧାର୍ମିକ ସମାରୋହରେ ସହରର ବିଭିନ୍ନ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଭାଗବତ ପୁରାଣ ଶ୍ରବଣ କରିଥିଲେ। ନନ୍ଦପଡାବାସୀଙ୍କ ସହ ଚିତ୍ରୋତ୍ପଳା ଯୁବକ ସଂଘ, ପଣ୍ଡିତ ଲକ୍ଷ୍ମୀ ନାରାୟଣ ସାଂସ୍କୃତିକ ସଂସଦ ଓ ଶୀତଳଷଷ୍ଠୀ ଯାତ୍ରା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ

