ସମ୍ବଲପୁର,୨୩/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ସମନ୍ୱୟ ପରିଷଦ, ସମ୍ବଲପୁର ଶାଖାର ସାଧାରଣ ବୈଠକ ସମ୍ବଲପୁର ପ୍ରେସ କ୍ଲବ, ଅଇଁଠାପାଲିଠାରେ ସୁଜିତ ବୁଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଡାକ୍ତର ପ୍ରଦୀପ୍ତ ସେଠ ମୁଖ୍ୟ ଅତିଥି ଓ ପ୍ରହଲ୍ଲାଦ ରୋହିଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ବୈଠକରେ ସ୍ୱାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପଦୋନ୍ନତିରେ ଅନିୟମିତତା ଅଭିଯୋଗ ଉଠିଥିବାରୁ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ପରିଷଦ ନିଷ୍ପତ୍ତି ନେଇଥିଲା। ଏହାସହ ଶାଖାର ପୁନର୍ଗଠନ କରାଯାଇ ଅମର ତାଣ୍ଡିଆ ସଭାପତି, ଚେରୁ ପାତ୍ର ଉପସଭାପତି ଓ ଧ୍ରୁବ ଚରଣ ରୋହିଦାସ ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଥିଲେ। ଅନ୍ୟ ସମ୍ପାଦକ ଓ ଅଡିଟରଙ୍କ ସହ ୨୫ ଜଣ ସଦସ୍ୟ ମଧ୍ୟ ମନୋନୀତ ହୋଇଥିଲେ। ବୈଠକରେ ବଣ୍ଟି ସୁନାଙ୍କ ସମେତ ବହୁ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଧ୍ରୁବ ଚରଣ ରୋହିଦାସ ଧନ୍ୟବାଦ ଦେଇଥିଲେ।

