କେନ୍ଦୁଝର:6//12,(ଉତ୍କଳ ସମାଚାର) କେନ୍ଦୁଝର ଜିଲ୍ଲାର ଏନ୍.ଏସ୍ ପୋଲିସ୍ ହାଇସ୍କୁଲର ସୁନାମଧନ୍ୟ ଏନ୍.ସି.ସି. ଅଫିସର୍ ବିଜୟ କୁମାର ବେହେରା ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ ଅଫିସର୍ସ ଟ୍ରେନିଂ ଏକାଡେମୀ କାମ୍ପ୍ଟି ରେ ୩୦ ଦିନିଆ ରିଫ୍ରେସର କୋର୍ସ ସଫଳତାର ସହ ସମାପ୍ତ କରିଛନ୍ତି।୬ନଭେମ୍ବର ରୁ ୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଟ୍ରେନିଂରେ ରାଣା ପ୍ରତାପ କମ୍ପାନୀ ତରଫରୁ ଶାରୀରିକ ଦକ୍ଷତା,ଫାୟାରିଂ ପ୍ରତିଯୋଗିତା,ଡ୍ରିଲ, ଲିଖିତ ପରୀକ୍ଷା,ଦଳଗତ ଆଲୋଚନା,ପ୍ରବନ୍ଧ ପ୍ରତିଯୋଗିତା,କ୍ରୀଡା ପ୍ରତିଯୋଗିତାରେ ଉତ୍କର୍ଷତା ପ୍ରଦର୍ଶନ କରି ବିଦ୍ୟାଳୟ,୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. ତଥା କେନ୍ଦୁଝର ଜିଲ୍ଲାର ସୁନାମ ରଖିଛନ୍ତି।ଶ୍ରୀ ବେହେରାଙ୍କ ଏହି ସଫଳତା ପାଇଁ ୧୪ ଓଡ଼ିଶା ବାଟାଲିୟନ ଏନ୍.ସି.ସି. କେନ୍ଦୁଝରର କମାଣ୍ଡିଂ ଅଫିସର୍ କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ,ପ୍ରଶାସନିକ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାର୍ଗେ,ଏନ୍.ଏସ୍ ପୋଲିସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଅଭିଭାବକ,ଛାତ୍ର ଛାତ୍ରୀ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।ଦେଶ ମାତୃକାର ସେବା ପାଇଁ ଏନ୍.ସି.ସି. ଟ୍ରେନିଂ ମାଧ୍ୟମରେ କ୍ୟାଡେଟ ମାନଙ୍କୁ ଗଢି ତୋଳିବା ଲାଗି ଉଦ୍ୟମ ଜାରି ରଖିଚନ୍ତି ବୋଲି ଏନ୍ ସି ସି ଅଫିସର୍ ବିଜୟ କୁମାର ବେହେରା ମତ ପ୍ରକାଶ କରିଛନ୍ତି।

