ପାପଡ଼ାହାଣ୍ଡି, 06/12:(ଉତ୍କଳ ସମାଚାର) ପାପଡ଼ାହାଣ୍ଡି ପୁରୁଣା ଥାନା ପରିସର ଠାରେ ପୋଲିସ ଥାନା ଓ ସମ୍ବାଦ ଆମ ଓଡ଼ିଶା, ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ମୋଟ 18 ୟୁନିଟ୍ ସଂଗୃହୀତ ହୋଇଛି। ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କଣ୍ଡେଲକାଲ ଓ ଆଇଆଇସି ଦୀପକ କୁମାର ଜେନା ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ, ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ବ୍ଲକ ଅଧକ୍ଷ ହେମଲତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା, ଜିଲ୍ଲାପରିଷଦ ସଭ୍ୟ ଡ଼.ଲିପିକା ମାଝୀ, ବିଜେପି ଜିଲ୍ଲା ସଭାପତି କୁଞ୍ଜବିହାରୀ ଦାସ, ବିଧାୟକ ପ୍ରତିନିଧି ରଜନୀ ସାସମଲ ବିଡ଼ିଓ କପିଳଦେବ ସାହୁ,ଉପସ୍ଥିତ ରହି ଉଦଘାଟନ କରିଥିଲେ.ଏହି ଅବସରରେ ରକ୍ତଦାନ ମହତ୍ୱ ଉପକାରିତା ସହ ସମ୍ବାଦ ଓ ଆମ ଓଡିଶା ଅବଦାନ କୁ ପ୍ରଂଶସା କରିଥିଲେ.ଗୋଷ୍ଟି ସ୍ୱାସ୍ଥକେନ୍ଦ୍ର ଅଧିକାରୀ ଡ଼. ମନସ୍ମିତା ମହାନ୍ତି,ଜାଭେଦ ଖାନ, ରଂଜିତ ଗଣ୍ଡା, ଜିତେନ୍ଦ୍ର ଟାକ୍ରୀ ଉପସ୍ଥିତ ରହି ରକ୍ତଦାତା ଙ୍କ ସ୍ୱାସ୍ଥ୍ୟ ନିରୀକ୍ଷଣ କରିଥିଲେ.ନବରଙ୍ଗପୁର ରକ୍ତ ଭଣ୍ଡାର ର ରକ୍ତସଂଗ୍ରହ ହେମନ୍ତ ରାଉତ, ଲବ କୁମାର ରାଉତ, ମନୋଜ ପଟ୍ଟନାୟକ ରକ୍ତ ସଂଗ୍ରହ କରିଥିଲେ.ଶିବିର ପରିଚାଳନା ରେ ଗୌତମ ଅଗ୍ରୱାଲ, ତନୟ ଜେନା, କର୍ଣ ନାୟକ, ପ୍ରତାପ କିଶୋର ନାୟକ, ଶିବାନନ୍ଦ ବେହେରା, ଅଜିତ କୁମାର ପାଢ଼ୀ ସୁରେଶ କୁମାର ବାଘ, ମହେନ୍ଦ୍ର ମୋହନ ମାଝୀ, ପ୍ରମୁଖ ସହଯୋଗ କରିଥିଲେ.ପାପଡାହାଣ୍ଡି ସମ୍ବାଦ ବ୍ଲକ ପ୍ରତିନିଧି ଏନ. ଜନାର୍ଦ୍ଦନ ରାଓ ଓ ସମ୍ବାଦ ଜିଲ୍ଲା ପ୍ରତିନିଧି ସୁରେଶ ନାଇଡ଼ୁ ଶିବିର ପରିଚାଳନା କରିଥିଲେ.ରକ୍ତଦାତା -ବିଭୁଦତ୍ତ ବିଷୋୟୀ, ଝାଡ଼େଶ୍ୱର ପାତ୍ର, ସିଲା ପାତ୍ର, ସତ୍ୟଜିତ କଣ୍ଡେଲକାଲ, ସନ୍ତୋଷ କୁମାର ମାଝୀ, ଶରତଚନ୍ଦ୍ର କୁଟ୍ରିକା, ଉମାକାନ୍ତ ଶବର, ବିଦ୍ୟଭୂଷଣ ପାତ୍ର ରଘୁନାଥ ହାଁସଦା, ଟଙ୍କଧର ଯାନୀ, ବି. ଈଶ୍ୱର ରାଓ, ପଦ୍ମନାବ ଭତରା, ହରିଶ୍ଚନ୍ଦ୍ର ପାଣିଗ୍ରାହୀ, ନିଖିଳ କୁମାର ଅଗ୍ରୱାଲ, ଚନ୍ଦନ ପଟ୍ଟନାୟକ, ପୁର୍ଣ ହରିଜନ, ଶିବାନନ୍ଦ ବେହେରା, ଶରତ କୁମାର ନନ୍ଦ.

