ସମ୍ବଲପୁର,୨୫/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର କାଶିପାଲିଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରେଡକ୍ରସ, ସ୍ୱାସ୍ଥ୍ୟ ବିଭାଗ ଓ ସ୍ୱାଧୀନ ଏକତା ମଞ୍ଚର ମିଳିତ ଆୟୋଜନରେ ଏହି ଶିବିର ହୋଇଥିଲା।
ଶିବିରରେ ଡା. ଅଲିଫ ପଟ୍ଟନାୟକ ଓ ଡା. କୈଲାଶ ମାଝୀ ଯୋଗଦେଇ ଆଖପାଖ ଅଞ୍ଚଳର ଶତାଧିକ ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ମାଗଣା ଔଷଧ ପ୍ରଦାନ କରିଥିଲେ। ଏଥିରେ ଜ୍ୟୋତିରାଣୀ ଡେଭିଡ୍, ଅନନ୍ତ ପ୍ରସାଦ ସାହୁ, ଜୟନ୍ତ ଘୁଘର ଓ ଲିଲିମା ମୁଣ୍ଡା ସହଯୋଗ କରିଥିଲେ।ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତି ସପ୍ତାହରେ ବିଭିନ୍ନ ବ୍ଲକରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଉଛି। ଏଥିସହ ହେଲପିଂ ହ୍ୟାଣ୍ଡ ପକ୍ଷରୁ ମାଗଣା ପୋଷାକ ବଣ୍ଟନ କରାଯାଉଛି।

