ରାଇଘର.ନରସିଂବାଘ:25//11,(ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ପତ୍ରକୋଟି ଠାରେ ଆଜି ଦରୱାନା ବିକାଶ ମଣ୍ଡଳ ପକ୍ଷରୁ ଏକ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି |ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବିକାଶ ମଣ୍ଡଳର ସଭାପତି ମାନିରାମ ଗଣ୍ଡ.ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ କି, 1995ମସିହାରୁ ବଡାଦେବ ଙ୍କ ମନ୍ଦିର ନିର୍ମାଣ ପାଇଁ ଜାଗା ଚିହ୍ନଟ ହୋଇସାରିଛି |ହେଲେ କୌଣସି କାରଣ ବଶତଃ ନିର୍ମାଣ କାର୍ଯ୍ୟ ଅଟକି ପଡିଥିଲା |ବର୍ତମାନ ସମସ୍ତ ପରିବାରର ସଦସ୍ୟମାନେ ଆର୍ଥିକ ସହାୟତା କରିବାକୁ ମନସ୍ଥ କରିଥିବାରୁ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ଆଶା କରାଯାଇଛି |ଗତଥର ଏହି ମନ୍ଦିର ନିର୍ମାଣ ପାଇଁ ସରକାରୀ ଅନୁଦାନ ବି ଆସିଥିଲା, ହେଲେ କୌଣସି କାରଣ ବଶତଃ ତାହା ପୁଣିଥରେ ସରକାରଙ୍କ ପାଖକୁ ଫେରିଯାଇଛି |ପୁଣିଥରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଅନୁଦାନ ଫେରି ପାଇବା ପାଇଁ ଚେଷ୍ଟା କରାଯିବ ବୋଲି ଶ୍ରୀ ଗଣ୍ଡ ନିଜ ପ୍ରତିକ୍ରିୟାରେ କହିଛନ୍ତି |ଧାରୁଆ ସମାଜର ପାଇକ ଏବଂ ଗଞ୍ଜାପାରାର ଗାଆଁଟିଆ ଓ ରାଇଘର ଗାଆଁଟିଆ ଙ୍କ ନେତୃତ୍ୱରେ କାର୍ଯ୍ୟଟା ଚଳିବ ବୋଲି ପ୍ରତିକ୍ରିୟା ଦେଇଥିଲେ |ପୂର୍ବତନ ବିଧାୟକ ସୁବାଷ ଗଣ୍ଡ. ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର. ପୂର୍ବତନ ଅଧକ୍ଷ ନବୀନ ନାୟକ. ବିକାଶ ପରିଷଦ ସମ୍ପଦକ. ଫୋଗଣୁ ଗଣ୍ଡ.ଗଣ୍ଡ ସମାଜର ମୁଖ୍ୟ ବେକ୍ତି ଉପସ୍ଥିତ ଥିଲେ
