ରାଇଘର..ନରସିଂବାଘ:25//11,(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ .ବର୍ତମାନ ଯୁଗରେ ଦିନକୁ ଦିନ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବାକୁ ବସିବା ସହିତ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ଯ ଭାଇଚାରା କମିବାକୁ ବସିଲାଣି |ଏଭଳି ସ୍ଥିତିରେ ଭାଇଚାରାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗାଁ ପଞ୍ଚାୟତ ଅନ୍ତର୍ଗତ କରଞ୍ଜିଡ଼ିହି ଗ୍ରାମର ଗ୍ରାମବାସୀ |ସେମାନେ ଗ୍ରାମରେ ଭାଇଚାରା ବାଣ୍ଟିବା ସହିତ ଅଞ୍ଚଳବାସୀଙ୍କ ପାଇଁ ମଧ୍ଯ ଏକ ଉଦାହରଣ ପାଲଟିଛନ୍ତି |ସୂଚନା ପ୍ରକାରେ ଏହି ଗ୍ରାମରେ ମାତ୍ର 50ପରିବାର ବସବାସ କରି ରହୁଛନ୍ତି |ହେଲେ ସେମାନେ ଜାତି ଧର୍ମ ଗୋତ୍ର ଉର୍ଦ୍ଧରେ ରହି ସମସ୍ତ ପର୍ବ ପର୍ବାଣୀ ମିଳିମିଶି ପାଳନ କରି ଆସୁଛନ୍ତି |ଗ୍ରାମର ଯେ କୌଣସି ଜାନିଯାତରା ହେଉ କିମ୍ୱା ସାମାଜିକ କାର୍ଯ୍ୟକ୍ରମ ସମସ୍ତେ ମିଳିମିଶି ସମ୍ପାଦନ କରି ଆସୁଛନ୍ତି |ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛି କାର୍ତ୍ତିକ ପୁର୍ଣିମା |ଦୀର୍ଘ ପଚିଶ ବର୍ଷ ହେବ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହୋଇ ଆସୁଛି |ଗ୍ରାମ ଆବାଳ ବୃଦ୍ଧ ବନିତା ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରୁଣ୍ଡ ହୋଇ କାର୍ତ୍ତିକ ମାହାତ୍ମ୍ୟ ଶୁଣିବା ସହିତ ତୁଳସୀ ପୁରାଣ, ବିଷ୍ଣୁ ପୁରାଣ, ଶିବ ପୁରାଣ ଭଳି ଅନେକ ପୁରାଣ ଶ୍ରବଣ କରିବା ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରି ଆସୁଛନ୍ତି |ଏହି ସବୁ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ତାଙ୍କ ଭିତରେ ନାଡୁ ରାମ ଗଣ୍ଡଙ୍କୁ ସଭାପତି,ସୀତାରାମ ଗଣ୍ଡଙ୍କୁ ସମ୍ପାଦକ ଭାବେ ଚୟନ କରାଯିବା ସହ ଆଶାରାମ ଗଣ୍ଡ ଜିଲୁରାମ ଗଣ୍ଡ ଜୟସିଂ ଭକ୍ତ ପଞ୍ଚୁରାମ ଭକ୍ତ କରିୟା ଗଣ୍ଡ ରଘୁ ଗଣ୍ଡ କୋଲାସ ଗଣ୍ଡ ପ୍ରମୁଖଙ୍କୁ ସଙ୍ଘର ସଦସ୍ୟ ଭାବେ ଚୟନ କରାଯାଇଛି |ଉପରୋକ୍ତ ବ୍ୟକ୍ତି ମାନେ କାର୍ତ୍ତିକ ପୂର୍ଣ୍ଣିମା ହେଉ କିମ୍ବା ଅନ୍ୟ ସମସ୍ତ ମଙ୍ଗଲିକ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥାନ୍ତି |ଏହି ଗ୍ରାମ ଆଖପାଖ ଅନ୍ୟ ଗ୍ରାମଗୁଡିକ ପାଇଁ ଏକ ଉଦାହରଣ ପାଲଟିବା ଭାଇଚାରାର ବାର୍ତ୍ତା ବାଣ୍ଟିବାରେ ଲାଗିଛି
