ସମ୍ବଲପୁର,୨୬/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ପୂର୍ବତଟ ରେଳପଥର ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ୨୬ ନଭେମ୍ବର ୨୦୨୬ରେ ସମ୍ବିଧାନ ଦିବସ ଶ୍ରଦ୍ଧା ଓ ଗରିମାର ସହ ପାଳନ କରାଯାଇଛି।ଏହି ଅବସରରେ ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ସୁବାଷ ଚନ୍ଦ୍ର ଚୌଧରୀଙ୍କ ନେତୃତ୍ୱରେ ରେଳମଣ୍ଡଳର ଅଧିକାରୀ ଓ କର୍ମଚାରୀମାନେ ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ସାମୂହିକ ଭାବେ ପାଠ କରିଥିଲେ। ଡିଆରଏମ୍ କାର୍ଯ୍ୟାଳୟ ପରିସରର ପ୍ରଗତି ଧାରାଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ମଣ୍ଡଳ କାର୍ମିକ ଅଧିକାରୀ ଶ୍ରୀ ରାଜେଶ୍ୱର ଟିଗା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।ଏହି ପାଳନ ମାଧ୍ୟମରେ ସମ୍ବିଧାନରେ ସ୍ଥାନିତ ମୌଳିକ ମୂଲ୍ୟବୋଧ, ନ୍ୟାୟ, ସମାନତା, ସ୍ୱାଧୀନତା ଓ ଭ୍ରାତୃତ୍ୱର ଆଦର୍ଶ ସହ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱକୁ ସ୍ମରଣ କରାଯାଇଥିଲା।

