ସମ୍ବଲପୁର,୨୭/୧୧(ଉତ୍କଳ ସମାଚାର),(ସରୋଜ ସାହୁ): ରେଙ୍ଗାଲି ଷ୍ଟେସନ ଉଚ୍ଚ ବିଦ୍ୟାଳୟରେ ସମ୍ବିଧାନ ଦିବସ ପ୍ରଧାନ ଶିକ୍ଷୟିତ୍ରୀ ରଂଜିତା ଠାକୁରଙ୍କ ସଭାପତିତ୍ୱରେ ପାଳିତ ହୋଇଥିଲା। ଏହି ଅବସରରେ ଡ଼. ବି.ଆର୍. ଆମ୍ବେଦକରଙ୍କ ଫଟୋଚିତ୍ରରେ ଅତିଥି ଓ ଛାତ୍ରଛାତ୍ରୀମାନେ ପୁଷ୍ପମାଳ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ସମ୍ବଲପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସଭାପତି ଅନ୍ତର୍ଯ୍ୟାମୀ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବକ୍ତାମାନେ ସମ୍ବିଧାନରେ ପ୍ରଦତ୍ତ ଏକତା, ସମାନତା ଓ ମୌଳିକ ଅଧିକାରର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ଏହାର ସୁରକ୍ଷା ପାଇଁ ନାଗରିକଙ୍କ କର୍ତ୍ତବ୍ୟ ଉପରେ ଗୁରୁତ୍ୱ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ଗୀତା ପଣ୍ଡା, ଡୋଳାଧର ସାହୁ, ହେମଲତା ସାହୁ, ତୁଳସୀ ଭୋଇ ଓ ସବିତା ବାଗ ଉପସ୍ଥିତ ଥିଲେ। ଶେଷରେ ହେମଲତା ପତି ଧନ୍ୟବାଦ ଅର୍ପଣ କରିଥିଲେ।

