ରାଉରକେଲା,7//12,(ଉତ୍କଳ ସମାଚାର) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷାକତା ଏବଂ ଆରଏସପି ଆନୁକୂଲ୍ୟରେ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବ ପଞ୍ଚମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ନଟରାଜ ନୃତ୍ୟ ନାଟ୍ୟାନୁଷ୍ଠାନ ତରଫରୁ ଅବ୍ୟକ୍ତ ଅନେକ ନାଟକ ମଞ୍ଚସ୍ଥ ହୋଇଯାଇଛି । ନାଟକଟି ଏହିପରି, ଅଧ୍ୟାପକ ସୁତନୁ ନୂଆ ଲେଖକ ହେଲେବି ତାଙ୍କର ବିଶ୍ବାସ ଦିନେନା ଦିନେ ତାଙ୍କ ଲେଖା ତାଙ୍କର ପ୍ରକାଶିତ ହୋଇ ତାଙ୍କୁ ସମ୍ମାନ ଦେବ। ତେବେ ଦିନେ ସୁତନୁ ଙ୍କ ପାଖକୁ ଚିଠି ଆସିଲା,ଚିଠି ପାଇଲା ପରେ ସୁତନୁ କଣ ନିଷ୍ପତ୍ତି ନେଲେ ତାହାକୁ ନେଇ ଗତିଶୀଳ ହୋଇଛି ନାଟକ ଅବ୍ୟକ୍ତ ଅନେକ। ଏଥିରେ ନୀଳାଦ୍ରି ଭୂଷଣ ହରିଚନ୍ଦନ ନାଟ୍ୟକାର, ପ୍ରବୀର କୁମାର ଜେନା ନିର୍ଦ୍ଦେଶକ,ସାଇ ଶୁଭମ ଜ୍ୟୋତି ଜେନା ସଂଗୀତ, ଅଞ୍ଜଳି ଜେନା ରୂପସଜ୍ଜା ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ପ୍ରଜ୍ଞାନନ୍ଦ ମହାନ୍ତି,କମଳ ଲୋଚନ ଗାରୁ, ପ୍ରବୀର କୁମାର ଦାଶ,ସୁଲିପ୍ତା ଜେନା ଅଭିନୟ କରିଥିଲେ। ସେହିପରି ନାଟ୍ୟାନୁଷ୍ଠାନ ମହୁମାଛି ତରଫରୁ କାଞ୍ଚି ଅଭିଯାନ ନାଟକ ମଞ୍ଚସ୍ଥ ହୋଇଯାଇଛି। ପୁରୀ ରାଜା ପୁରୁଷୋତ୍ତମ ଦେବ ନିଜ କନ୍ୟା ପଦ୍ମାବତୀ ସହ ଶାଲ୍ବ ନରସିଂହ ବିବାହ ପ୍ରସ୍ତାବ ରଖନ୍ତି। ମାତ୍ର ଶାଲ୍ବ ନରସିଂହ ପୁରୁଷୋତ୍ତମ ଦେବ ଜଗନ୍ନାଥଙ୍କ ରଥରେ ଝାଡୁ କରୁଥିବାରୁ ତାଙ୍କ ଝିଅ କୁ ବାହାହେବାକୁ ମନା କରନ୍ତି। ଏଥିରେ ପୁରୁଷୋତ୍ତମ ଦେବ ବଡ଼ଠାକୁରଙ୍କ ଶରଣ ଓ ଆଶିର୍ବାଦ ନେଇ କାଞ୍ଚି ଅଭିଯାନ ରେ ଯାଇ ସେଠାରେ ବିଜୟ ଲାଭ କରି ପଦ୍ମାବତୀ କୁ ଆଣି ମହାମନ୍ତ୍ରୀଙ୍କୁ ଦେଇ ଏକ ଚଣ୍ଡାଳ ଦେଖି ବାହାଘର କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ସମୟ ବିତେ, ପୁଣି ରଥଯାତ୍ରାରେ ରାଜ ପୁରୁଷୋତ୍ତମ ଛେରା ପହଁରା କରୁଥିବା ବେଳେ ମହାମନ୍ତ୍ରୀ ପଦ୍ମାବତୀ ଆଣି ତାଙ୍କୁ ରାଜାଙ୍କ ସହ ବିବାହ କରିଦିଅନ୍ତି। ମହାମନ୍ତ୍ରୀ କୁହନ୍ତି ଜଣେ ରାଜକୁମାରୀ ପାଇଁ ଆପଣ ହେଉଛନ୍ତି ସୁଯୋଗ୍ୟ ଚଣ୍ଡାଳ। ଏହି ଭଳି ଭାବେ ଗତିଶୀଳ ହୋଇଛି ନାଟକ କାଞ୍ଚି ଅଭିଯାନ। ସଞ୍ଜୀବ ଭୋଇ ନାଟ୍ୟକାର,ଆଲୋକ ବୋଷ ସଂଯୋଜକ, ନାଟ୍ୟ ନିର୍ଦ୍ଦେଶନା ଓ ସଂଗୀତ ନିର୍ଦ୍ଦେଶନା ନରସିଂହ ପାଣିଗ୍ରାହୀ ଓ ସଙ୍ଗୀତ ସହଯୋଗୀ ଭାବେ କୃଷ୍ଣଚନ୍ଦ୍ର ପତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ। ଏଥିରେ ବିଶିଷ୍ଟ ଶ୍ରମିକ ନେତା ବିଷ୍ଣୁ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଏକତ୍ର ସମଗ୍ର ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ନାକ ଆମ ସମାଜର କଥା କୁହେ l ପ୍ରଫେସର ଡ଼ଃ ପ୍ରଭାତ କୁମାର ମଲ୍ଲିକ ଉଦଘାଟକ ଭାବେ ଯୋଗଦେଇ କହିଲେ ଅନୁଷ୍ଠାନର ଆଭିମୁଖ୍ୟ କୁ ପ୍ରଶଂସା କରିଥିଲେ l ମୁଖ୍ୟ ଦର୍ଶକ ଇଂ ଗୋପୀନାଥ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ନାଟକ ସାମ୍ପ୍ରତିକ ସମାଜର କଥା କୁହେ ବୋଲି ମତ ରଖିଥିଲେ ।ପ୍ରାରମ୍ଭରେ ଏକତ୍ର ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ସଭାପତିତ୍ବ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ସରୋଜ ଚନ୍ଦ୍ର କବି ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଉଭୟ ନାଟକର ନିର୍ଦ୍ଦେଶକଙ୍କୁ ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ଶୁଭଶ୍ରୀ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା ରେ ଏକତ୍ର ପକ୍ଷରୁ ବିଜୟ ପାତ୍ର, ପ୍ରଦୀପ କୁମାର ନାୟକ, ଅକ୍ଷୟ ଧଳ,ପ୍ରସନ୍ନ କୁମାର ମହାନ୍ତି, ଶାନ୍ତିଲତା ଦାସ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l

