ପାପଡାହାଣ୍ଡି -7:12:25-(ଉତ୍କଳ ସମାଚାର)ଆଜି ପାପଡାହାଣ୍ଡି ବ୍ଲକ ସ୍ତରୀୟ ସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ 2025 ଖୁବ ଯାକଯମକ ସହକାରେ ପାଳିତ ହୋଇଛି, ପାପଡାହାଣ୍ଡି ଗ୍ରାମ ସ୍ଥିତ ପ୍ରସିଦ୍ଧ ଶ୍ରୀ ନୀଳକଣ୍ଠେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା ପରେ ମସାଲ ପ୍ରଜ୍ବଳନ କରି ଏକ ବିରାଟ ପଟୁଆର ରେ ବାଣ, ବାଜା, ନୃତ୍ୟ ଦଳ ସହିତ ଗ୍ରାମରେ ପରିକ୍ରମା କରି ବ୍ଲକ କାର୍ଯ୍ୟାଲୟ ଠାରେ ପହଂଚି ଥିଲେ, ବ୍ଲକ କାର୍ଯ୍ୟାଳୟ ଠାରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରି ଆଜିର ବ୍ଲକ ସ୍ତରୀୟ ସାଂସ୍କୃତିକ ଲୋକମହୋତ୍ସବ ମଣ୍ଡେଇ 2025 ର ଶୁଭାରମ୍ଭ କରାଯାଇଥିଲା, ଗୋଷ୍ଟି ଉନ୍ନୟନ ଅଧିକାରୀ କପିଳଦେବ ସାହୁଙ୍କ ପୌରହିତ ରେ ଅନୁଷ୍ଠିତ ଆଜିର ମହୋତ୍ସବ ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଭାପତି ମୋତିରାମ ନାୟକ, ସାଂସଦ ପ୍ରତିନିଧି ସମୋନାଥ ପୂଜାରୀ,ମନ୍ତ୍ରୀଙ୍କ ପ୍ରତିନିଧି ଲିଙ୍ଗରାଜ ଭତରା, ବିଧାୟକ ପ୍ରତିନିଧି ରଜିନୀକାନ୍ତ ସାସମାଲ, ପାପଡାହାଣ୍ଡି ବ୍ଲକ ଅଧ୍ୟକ୍ଷା ହେମଲତା ମାଝୀ,ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ପାପଡାହାଣ୍ଡି ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ନବରଙ୍ଗପୁର ନଗରପାଳ କୁନୁ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ଜିଲ୍ଲାପରିଷଦ ସଭ୍ୟା ଡ଼. ଲିପିକା ମାଝୀ, ଜିଲ୍ଲାପରିଷଦ ସଭ୍ୟ ଯଶବନ୍ତ ନାୟକ, ଜିଲ୍ଲା ବିଜେପି ସଭାପତି କୁଞ୍ଜବିହାରୀ ଦାସ,ପାପଡାହାଣ୍ଡି ସରପଞ୍ଚ ଚନ୍ଦ୍ର ଶେଖର ମାଝୀ, ମକିଆ ସରପଞ୍ଚ ଜଗତଜୀବନ ନାୟକ ପ୍ରମୁଖ ମଂଚାସୀନ ଥିଲେ ଏବଂସାଂସ୍କୃତିକ ଲୋକ ମହୋତ୍ସବ ମଣ୍ଡେଇ ବିଷୟରେ ଆଲୋକ ପାତ କରିଥିଲେ ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପଷୁସମ୍ପଦ ବିଭାଗ, ସମନ୍ୱିତ ଶିଶୁଵିକାଶ ବିଭାଗ,କୃଷି ବିଭାଗ ପକ୍ଷରୁ ପଦର୍ଶନୀ ର ଆୟୋଜନ କରାଯାଇଥିଲା,ପାପଡାହାଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟଜିତ କଣ୍ଡେଂକେଲଙ୍କ ନେତୃତ୍ୱ ରେ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନା ଏବଂ ପୁରା ଆରକ୍ଷୀ ବିଭାଗ ଶାନ୍ତିଶୃଙ୍ଖଳା କାର୍ଯ୍ୟ ପରିଚାଳନା କରିଥିଲେ, ଆଜିର ଏହି ସାଂସ୍କୃତିକ ଲୋକ ମୋହତ୍ସବ ରେ ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ମହିଳା ସ୍ଵଂୟ ସହାୟକ ଗୋଷ୍ଟି,ବ୍ଲକର କର୍ମଚାରି, ଗ୍ରାମବାସୀ, ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟତ୍ରୀ, ମାନ୍ୟ ଗନ୍ୟ ବ୍ୟକ୍ତି ପ୍ରମୁଖ ଯୋଗଦେଇଥିଲେ, ଆଜିର କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରି ଶେଷରେ ବିପିସି ଶଶିକାନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

