ପାପଡାହାଣ୍ଡି:7//12,(ଉତ୍କଳ ସମାଚାର)ବ୍ଲକ ଅନ୍ତର୍ଗତ ଦିସାରୀଗୁଡା ରେ ଧର୍ମ ରକ୍ଷା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମହିମା ସମାଜ ର ବ୍ରହ୍ମ ଅବଧୂତ ଡମ୍ବରୁ ବାବା ଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ଏବଂ ପୂର୍ବତନ ଉମରକୋଟ ବ୍ଲକ ଅଧ୍ୟକ୍ଷ ଗୋପାଳ ପୂଜାରୀ ଯୋଗଦେଇ ସମସ୍ତ ଙ୍କୁ ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ରେ ହେଉଥିବା ବେଆଇନ ଗୋ ଚାଲାଣ ଓ ଅନ୍ୟାୟ ଧର୍ମାନ୍ତରଣ ଉପରେ ସାଧୁସନ୍ଥ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ। ଆଗାମୀ ଦିନରେ ଧର୍ମ ରକ୍ଷା ପାଇଁ ଏକ ମହା ଯଜ୍ଞ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଉମରକୋଟ, ଝରିଗାଁ, କୋଷାଗମୁଡା ଓ ନବରଙ୍ଗପୁର ବ୍ଲକ ରେ ଧର୍ମ ରକ୍ଷା ବୈଠକ ଅନୁଷ୍ଠିତ ହୋଇ ଯିବା ପରେ ଆଜି ପାପଡାହାଣ୍ଡି ବ୍ଲକ ରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରତ୍ୟେକ ବ୍ଲକ ରେ ଏଭଳି ବୈଠକ ଅନୁଷ୍ଠିତ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି।

