ରାଉରକେଲା ୯/୧୨,(ଉତ୍କଳ ସମାଚାର) ଆଜି ରିଜର୍ଭ ପୋଲିସ୍ ପଡିଆରେ ହୋମ୍ ଗାର୍ଡ ପ୍ରଶିକ୍ଷଣ ଶେଷ ସମାରୋହ – ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ଶେଷ ସମାରୋହର ମୁଖ୍ୟ ଅତିଥି ଭାବରେ ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ସମ୍ମାନୀୟ ଅତିଥି ଭାବେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ଯୋଗଦେଇ ପ୍ରଶିକ୍ଷଣ ଶେଷ କରିଥିବା ହୋମ୍ ଗାର୍ଡଙ୍କ ପ୍ଯାରେଡରେ ଅଭିବାଦନ ଗ୍ରହଣ କରିଥିଲ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ହୋମ୍ ଗାର୍ଡମାନେ ଏଠାରୁ ପ୍ରଶିକ୍ଷଣ ନେଇ ବିଭିନ୍ନ ଥାନାରେ କାର୍ଯ୍ଯ ଆରମ୍ଭ କରିବା ସହିତ ଅନ୍ଯାନ୍ଯ ସ୍ଥାନ ଯଥା ଟ୍ରାଫିକ୍ ସିଷ୍ଟମ, ଥାନା ଏବଂ ସାମାଜିକ ସ୍ଥାନରେ କାର୍ଯ୍ଯ ଆରମ୍ଭ କରି ପୋଲିସ ବାହିନୀ ତଥା ହୋମ୍ ଗାର୍ଡ ବାହିନୀର ପ୍ରତିଷ୍ଠା ଓ ମର୍ଯ୍ଯାଦା ବଢାଇବେ। ରାଉରକେଲା ପୋଲିସ୍ ଜିଲ୍ଲାରେ ଆଇନ, ଶୃଙ୍ଖଳା ବଜାୟ ରଖିବା, ବିପର୍ଯ୍ୟୟ ପରିଚାଳନା କରିବା ଏବଂ ଆବଶ୍ୟକତା ସମୟରେ ସମସ୍ତ ନାଗରିକଙ୍କୁ ସହାୟତା ପ୍ରଦାନ କରିବା ଗୃହରକ୍ଷୀ ବାହିନୀର ଲକ୍ଷ୍ୟ ହେବା ଆବଶ୍ୟକ। ଏହି ଅବସରରେ ପଶ୍ଚିମାଞ୍ଚଳ ରେଞ୍ଜ ଆରକ୍ଷୀ ଉପ-ମହାନିରୀକ୍ଷକ ନିରୀକ୍ଷକ ବ୍ରିଜେଶ କୁମାର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଉତ୍ତମ ପ୍ରଶିକ୍ଷଣ ଲାଭ କରିଥିବା ହୋମ୍ ଗାର୍ଡଙ୍କୁ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ ଉପ-ମହାନିରୀକ୍ଷକ ବ୍ରିଜେଶ କୁମାର ରାୟ ଏବଂ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀ ମୋମେଣ୍ଟୋ ପ୍ରଦାନ କରି ପୁରସ୍କୃତ କରିଥିଲେ।


