ପାପଡାହାଣ୍ଡି -9:12:25 -(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ନିକଟ ଡ଼େଙ୍ଗାଗୁଡ଼ା ଠାରେ ନିର୍ମାଣଧୀନ ଭାରତମାଳା ରାସ୍ତା କୁ ଓଭରବ୍ରିଜ କିମ୍ବା ଅଣ୍ଡରପାସ ରାସ୍ତା ଦେବା ନିମନ୍ତେ ଡ଼େଙ୍ଗାଗୁଡ଼ା ପଂଚାୟତ ଏବଂ ମୋକିଆ ପଂଚାୟତର ଚାରୋଟି ଗ୍ରାମ ର ଲୋକ ଭାରତମାଳା ରାସ୍ତା କୁ ଅବରୋଧ କରି ରଖିଛନ୍ତି, ଫଳରେ ଭାରତମାଳା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି, ଉକ୍ତ ରାସ୍ତା ଦେଇ ନବରଙ୍ଗପୁର ଠାରୁ ରାଇଘର ଓ ଉମରକୋଟ ଯାତାୟାତ ପାଇଁ ମୁଖ୍ୟ ରାସ୍ତା ୩୯ ନମ୍ବର ରାଜ୍ୟ ରାଜପଥ ପରିବର୍ତ୍ତେ ନିର୍ମାଣଧୀନ ରାସ୍ତା କୁ ବିକଳ୍ପ ରାସ୍ତା ରୂପେ ବର୍ତ୍ତମାନ ବ୍ୟବହାର କରାଯାଉଛି କିନ୍ତୁ ଏହି ରାସ୍ତାରେ ଆଜି ଗ୍ରାମବାସୀ ଅବରୋଧ କରି ରଖିଥିବା ଯୋଗୁଁ ଅସୁବିଧା ସୃଷ୍ଟି ହୋଇଛି। ଡ଼େଙ୍ଗାଗୁଡ଼ା, ସିଉନାଗୁଡ଼ା, ଭାଲିଆଗୁଡା ଓ ନୂଆଗୁଡା ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଛୋଟ ଶିଶୁ ମଧ୍ୟ ଏହି ଆନ୍ଦୋଳନ ରେ ସାମିଲ ହୋଇଛନ୍ତି। ଭାରତମାଳା ରାସ୍ତା ନିର୍ମାଣ ଆରମ୍ଭ ବେଳେ ପାପଡାହାଣ୍ଡି ଏକଜିଟ ସକାଶେ କିଛି ପରିବାର ଙ୍କୁ ଉଛେଦ ହେବାକୁ ପଡିଥିଲା ସେହି ମାନଙ୍କୁ ଡ଼େଙ୍ଗାଗୁଡ଼ା ପଞ୍ଚାୟତ ର ନୁଆଁଗୁଡା ଓ ସିଉନାଗୁଡ଼ା କୁ ସ୍ଥାନାନ୍ତର କରାଯାଇଥିଲା,ନୁଆଁଗୁଡା ଓ ସିଉନାଗୁଡ଼ା ର ଜନସାଧାରଣ ଅଙ୍ଗନୱାଡି, ସ୍କୁଲ ଓ ପଂଚାୟତ ସକାଶେ ଡ଼େଙ୍ଗାଗୁଡ଼ା ଏବଂ ମୋକିଆ ଉପରେ ନିର୍ଭର କରୁଥିବା ବେଳେ ଡ଼େଙ୍ଗାଗୁଡ଼ା ର ଜନସାଧାରଣ ରାସ୍ତାର ଅପର ପାର୍ଶ୍ୱରେ ଥିବା ଜମିରେ ଚାଷ କରି ଜୀବିକା ନିର୍ବାହ କରନ୍ତି କିନ୍ତୁ ଏହି ସବୁ ଗ୍ରାମବାସୀ ଙ୍କ ସକାଶେ ଭାରତମାଳା ରାସ୍ତାରେ ଓଭରବ୍ରିଜ କିମ୍ବା ଅଣ୍ଡରପାସ ନାହିଁ ଫଳରେ ପ୍ରାୟ ସାତ କିଲୋମିଟର ବୁଲି କି ଯିବାକୁ ପଡୁଛି ଏଣୁ ଓଭରବ୍ରିଜ କିମ୍ବା ଅଣ୍ଡରପାସ , ଉଛେଦ ହୋଇଥିବା ଗ୍ରାମ ରେ ଅଙ୍ଗନୱାଡି କେନ୍ଦ୍ର, ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଭଳି ମୌଳିକ ସୁବିଧା ଯୋଗାଇବା ଦାବୀ ରେ ରାସ୍ତା ଅବରୋଧ କରିଛନ୍ତି।ଏହି ରାସ୍ତା ରୋକ କୁ ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଏବଂ କଂଗ୍ରେସ ଦଳ ର ଜିଲ୍ଲା ସଭାପତି ଡ଼. ଲିପିକା ମାଝୀ, ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, କଂଗ୍ରେସ ବରିଷ୍ଠ ନେତା ଈଶ୍ୱର ମିର୍ଗାନ , ବ୍ଲକ ସଭାପତି ୱାଜିର ହୁସେନ ସହ ଅନ୍ୟମାନେ ଗ୍ରାମବାସୀ ଙ୍କ ଦାବୀ କୁ ସମର୍ଥନ କରି ରାସ୍ତା ରୋକକୁ ତୀବ୍ରତର କରିଥିଲେ ଖବର ପାଇ ତୁରନ୍ତ ଘଟଣା ସ୍ଥଳ ରେ ପାପଡାହାଣ୍ଡି ତହସିଲଦାର ତପନକୁମାର ନାୟକ, ଭାରତମାଳା ରାସ୍ତାର ପ୍ରୋଜେକ୍ଟ ମ୍ୟାନେଜର ଅଭିଷେକ ଶର୍ମା ପ୍ରମୁଖ ଆନ୍ଦୋଳନ କାରି ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମସ୍ୟାର ସମାଧାନ ର ରାସ୍ତା ବାହାରି ପାରିନଥିବାରୁ ଆସନ୍ତାକାଲି ଏନ ଏଚ ଆଇ ପ୍ରକଳ୍ପ ନିର୍ଦେଶକ ଡ଼େଙ୍ଗାଗୁଡ଼ା ରେ ଆସି ତିନିଗ୍ରାମ ବାସୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ତୁରନ୍ତ କରାଯିବ କହିବାରୁ ରାସ୍ତା ରୋକ କୁ ଲୋକେ ଅହରିଥିଲେ | ଏନେଇ କୋଡିଙ୍ଗା ଥାନା ତରଫରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାକୁ ତଦାରଖ କରିଥିଲେ |

