ରାଉରକେଲ:9//12,(ଉତ୍କଳ ସମାଚାର)ରାଉରକେଲା ଜିଲ୍ଲା ସ୍କାଉଟସ୍ ଏଣ୍ଡ ଗାଇଡସ୍ ଆନୁକୂଲ୍ୟରେସେକ୍ଟର -୧ ସ୍ଥିତ ସ୍କାଉଟ ଭବନ ଠାରେ ଦ୍ବିଦିବସୀୟ ରାଜ୍ୟ ପୁରସ୍କାର ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍କାଉଟ ଜିଲ୍ଲା କମିଶନର ବ୍ରଜେନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକ ଆବାହକତ୍ୱ ତଥା ଗାଇଡ କମିଶନର ସୌଦାମିନୀ ମୁଦୁଲି ଙ୍କ ସଂଯୋଜନାରେ ରେ ସ୍କାଉଟ୍ ଭବନ ଠାରେ ଆୟୋଜିତ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି। ଏହି ପରୀକ୍ଷା ଶିବିର କୁ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ସୌମ୍ୟା ପାଇକରାୟ ଓ ଫକିର ମୋହନ ଜେନା ଯୋଗଦାନ ଦେଇ ମିଳିତ ଭାବେ ପରିଚାଳନା କରିବା ସହ ତଦାରଖ କରି ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଉଭୟେ ନିଜ ନିଜର ପ୍ରେରଣାଦାୟୀ ଉଦବୋଧନ ମାଧ୍ୟମରେ ଉପସ୍ଥିତ ସ୍କାଉଟସ୍ ଏଣ୍ଡ ଗାଇଡସ୍ ମାନଙ୍କୁ ସ୍କାଉଟ୍ ଜୀବନୀ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଜଣାଇଥିଲେ । ଦ୍ବିତୀୟ ଦିବସରେ ପ୍ରାକ୍ତନ ଅଧ୍ୟକ୍ଷ ଡଃ ସନାତନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କାଉଟ ଏଣ୍ଡ ଗାଇଡ ଙ୍କୁ ଜୀବନର ମୂଲ୍ୟବୋଧ, ସାମାଜିକ ପ୍ରତିବଦ୍ଧତା ଓ ଦାୟିତ୍ଵବୋଧ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କାର୍ଯ୍ୟକ୍ରମର ପ୍ରଥମ ଚରଣରେ ସମ୍ପାଦକ ଶ୍ରୀନାୟକ ସମସ୍ତ ଆମନ୍ତ୍ରିତ ଅତିଥି ବୃନ୍ଦ ଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ ଜଣାଇବା ସହ ପ୍ରାରମ୍ଭିକ ଅଭିଭାଷଣ ରେ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ଵନ୍ଧରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମଞ୍ଚାସୀନ ଅତିଥି ବୃନ୍ଦ ଙ୍କ ମଧ୍ୟରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ, ରମାକାନ୍ତ ମଲ୍ଲିକ,ଶିଶିର କୁମାର ପାଣି, ହୃଷିକେଶ ନାୟକ,ଅରୁଣ ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ବିଜୟାନନ୍ଦ ଦାସ, ଅନନ୍ତ ଜେନା, ବୈଷ୍ଣବ ମହାପାତ୍ର, ଗୋଦାବରୀଶ ଶତପଥୀ,ଦୀପକ ସାମଲ, ମନୋଜ ମିଶ୍ର, ଓମ୍ ଶାନ୍ତି ତରଫରୁ ବିକେ ରାଜୀବ,ବିକେ ଚିତ୍ତରଞ୍ଜନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ରାଉରକେଲା ଶିକ୍ଷା ମଣ୍ଡଳ ର ବିଭିନ୍ନ ବିଦ୍ୟାଳୟ ରୁ ମୋଟ ୩୪୯ ଜଣ ଦ୍ବିତୀୟ ଦିବସରେ କବ୍ ଙ୍କୁ ମିଶାଇ ୪ ଶହରୁ ଉର୍ଦ୍ଧ୍ବ ସ୍କାଉଟସ୍ ଓ ଗାଇଡ୍ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ରେ ଉତ୍ସାହର ସହ ଭାଗ ନେଇଥିଲେ। ପରୀକ୍ଷାର୍ଥୀ ମାନଙ୍କ ପାଇଁ ଏହି ପରୀକ୍ଷା ଶିବିର ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଓ ଉପାଦେୟ ହୋଇଥିବାରୁ ବିଦ୍ୟାଳୟ ର ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପଟେନ୍ ମାନେ ନିଜ ନିଜର ପରୀକ୍ଷାର୍ଥୀ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ସେମାନଙ୍କୁ ପ୍ରସ୍ତୁତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତରଣ,ପାୟୋନରିଙ୍ଗ୍, ଦୂରତା ମାପ, ପ୍ରାଥମିକ ଚିକିତ୍ସା,ମ୍ୟାପ ପ୍ରସ୍ତୁତି କରଣ, ରୋଷେଇ, ସଂକେତ ପ୍ରଦାନ, ଅଗ୍ନି ସମ୍ପର୍କରେ,ସବିରାଗ୍ନି, ଶୃଙ୍ଖଳା ଜ୍ଞାନ, ସେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟର ତାଲିମ୍ ପ୍ରାପ୍ତ ଓ ପ୍ରଶିକ୍ଷିତ ସ୍କାଉଟ୍ ମାଷ୍ଟର ବୃନ୍ଦ ଙ୍କ ମଧ୍ୟରେ ଅଭୟ କୁମାର ବିଶ୍ବାଳ,ସୁଜିତ୍ ତନ୍ତି, ସୁଶାନ୍ତ କୁମାର ବିଶ୍ବାଳ, ଶ୍ରୀବତ୍ସ ସାମଲ,ସୁରେଶ କୁମାର ପଣ୍ଡା,ପଞ୍ଚାନନ ଦାସ, ଅକ୍ଷୟ ଦାସ,ଦେବାଶିଷ ପାତ୍ର, ଅର୍ଜୁନ ମୁଣ୍ଡାରୀ, ବଳଦେବ ମିଶ୍ର, ଶିବ ପ୍ରସାଦ ଅଙ୍ଗାରି ଙ୍କ ସମେତ ଗାଇଡ୍ କ୍ୟାପଟେନ୍ ଗ ମଧ୍ୟରେ ସରିତା ନାୟକ, ସୁନିତା ସାମଲ, ଗୀତାଞ୍ଜଳି ସାହୁ,ସଞ୍ଜୁକ୍ତା ପଟେଲ, ଶିଖା ପାତ୍ର,ଲିପିନା ମହାପାତ୍ର, ଉଷା ମଞ୍ଜୁଷା ବାରିକ, ଗୀତା ନାୟକ, ସୁଜାତା ଦାସ, ବିଜୟଲକ୍ଷ୍ମୀ ଆଚାର୍ଯ୍ୟ,ପ୍ରିୟଙ୍କା ମହାରଣା, ଲକ୍ଷ୍ମୀ ସାହୁ,ଅଳ୍ପନା ବେହେରା, ଶାଶ୍ୱତି ପ୍ରିୟଦର୍ଶିନୀ ଦାସ ଓ ମେରୀ ସାହୁ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍କାଉଟସ୍ ଓ ଗାଇଡସ୍ ମାନେ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜ ନିଜର ବିଦ୍ୟାଳୟ ର ପ୍ରତିନିଧିତ୍ୱ କରିଥିଲେ । କାର୍ଯ୍ୟକ୍ରମର ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ପ୍ରତାପ କୁମାର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରମୋଦିନୀ ମହାନ୍ତି, ସବିତା ସାହୁ, ଅଞ୍ଜନା ଦିକ୍ଷୀତ, ମୋହିନୀ ଜେନା ଓ ରେଣୁ ଦେବୀ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ କମିଶନର ଶ୍ରୀ ଦାଶ ଓ ଜିଲ୍ଲା ସମ୍ପାଦକ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

