ରାଉରକେଲା :10//12,(ଉତ୍କଳ ସମାଚାର) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଅଷ୍ଟମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଣ୍ଟର ଠାରେ ନାଟ୍ୟାନୁଷ୍ଠାନ ପଞ୍ଚତତ୍ତ୍ବ ତରଫରୁ ନାଟକ ନାଗମଣ୍ଡଳ ମଂଚସ୍ଥ ହୋଇଯାଇଛି । ନାଟକର କାହାଣୀ ହେଉଛି ଏ ବିଶ୍ୱର ସବୁ ରହସ୍ୟମୟୀ ସୃଷ୍ଟି, ପଶୁ-ପକ୍ଷୀ, ବୃକ୍ଷ-ଲତା ଓ ମନୁଷ୍ୟ, ସବୁର ମୂଳରେ ରହିଛି ଦୁଇଟି ଅଂଶ । ଲୋକକଥାର ନାଗ-କାହାଣୀକୁ ନାଟକ ଭିତରେ ମିଶାଇ ଗିରିଶ କର୍ଣ୍ଣଡ଼ ଏକ ଅଦ୍ଭୁତ ରଙ୍ଗମଞ୍ଚୀୟ ଜାଦୁ ସୃଷ୍ଟି କରିଛନ୍ତି। ତାଙ୍କ ନାଟକରେ ପୁରୁଷ ଓ ନାରୀ ପରସ୍ପରର ଶତ୍ରୁ ନୁହନ୍ତି, ସେମାନେ ପରସ୍ପରର ପୂରକ। ଏକାଧିପତ୍ୟ ନୁହେ, ସମାନତା ଓ ପରସ୍ପର ସମ୍ମାନ ହିଁ ସୁଖର ଚାବିକାଠି। ଏହା ଏକ ସର୍ବକାଳୀନ ନାଟକ, ଯାହା ଆଜି ବି ଆମ ସମାଜର ଆଇନା ହୋଇ ରହିଛି। ଏହି ନାଟକକୁ ଇଂ ଜନ୍ମେଜୟ ମହାନ୍ତି ନିର୍ଦ୍ଦେଶନା ଦେଇଥିବା ବେଳେ ସଂଗୀତରେ ସ୍ବାଗତସାଇ ଜ୍ୟୋତି ଘଡେ଼ଇ, ମଞ୍ଚ ପରିଚାଳନାରେ ଶୁଭମ ସାମନ୍ତରାୟ ସହଯୋଗ କରିଥିଲେ। ଅଭିନୟରେ ଶୁଭସ୍ମିତା ମହାନ୍ତି ,ସ୍ମାରକ ଅନୁରାଗ ବାରିକ,ସୌମ୍ୟ ରଞ୍ଜନ ଦାଶ, ବନ୍ଦନା ପ୍ରଧାନ,ସୌମ୍ୟ ରଞ୍ଜନ ବାରିକ, ଅମିତ ପାଢ଼ୀ,ସଞ୍ଜୟ ପ୍ରଧାନ,ଅନ୍ଵେଷା ନାୟକ,କବିତା ମଲ୍ଲିକ,ଶୁଭଶ୍ରୀ ପ୍ରଧାନ,ବର୍ଷା କୁମାରୀ ଷଡ଼ଙ୍ଗୀ,ରାଜେଶ୍ୱରୀ ପଣ୍ଡା,ସଞ୍ଜନା ପତି,ନୈନା କୁମାରୀ,ଅଭିନାଶ ମହାପାତ୍ର,ଗୌରୀଶଙ୍କର ସୂର୍ଯ୍ୟ ନାରାୟଣ ରାଉଳ,ପ୍ରେମ ନାଗ, ସ୍ୱାଭିମାନ ଭୋଇନା,କେ.ପି ଶୁଭମ,ସତ୍ୟବ୍ରତ ମହାନ୍ତି, ହିମାଂଶୁ ଶେଖର ସ୍ୱାଇଁ ପ୍ରମୁଖ ଅଭିନୟ କରିଥିଲେ। ଏହି ଅବସରରେ ଏକତ୍ର ର ଅନ୍ୟତମ ଉପଦେଷ୍ଟା କୈଳାଶ ପାଣିଗ୍ରାହୀ ଙ୍କ ସଭାପତିତ୍ବ କରିଥିଲାବେଳେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ବିଧାୟକ ସୁବ୍ରତ କୁମାର ତରାଇ, ଉଦଘାଟକ ଭାବେ ଆରଏସପି ର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଇଂ ଭାରତ ଭୂଷଣ ମହାନ୍ତି ଓ ମୁଖ୍ୟ ଦର୍ଶକ ଭାବେ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା ଯୋଗଦେଇଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ କେବଳ ମନୋରଂଜନ ପାଇଁ ନୁହେଁ ବରଂ ସମାଜ ପାଇଁ ଏକ ଆଇନା ସଦୃଶ ବୋଲି ମତ ରଖିଥିଲେ । ସୁଲିପ୍ତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ବିଜୟ ପାତ୍ର, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ,ପ୍ରସନ୍ନ କୁମାର ମହାନ୍ତି, କଲ୍ୟାଣୀ ଦାସ, ଶାନ୍ତିଲତା ଦାସ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ।

