ରାଉରକେଲା,10//12,(ଉତ୍କଳ ସମାଚାର) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପବିତ୍ର ବେଦବ୍ୟାସ ପୀଠକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ପୂର୍ବରୁ ଘୋଷଣା କରାଯାଇଥିଲା l ଏଥି ନେଇ ଆଜି ପୁଣି ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବି ର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟ, ବେଦବ୍ୟାସର ଏନଏସଏସ ୟୁନିଟର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା l ଏହି ଅବସରରେ ଏକ ଶୋଭାଯାତ୍ରା ସଂସ୍କୃତ ମହାବିଦ୍ୟାଳୟ ରୁ ବାହାରି ମନ୍ଦିର ପରିସରକୁ ଯାଇଥିଲା l ସେଠାରେ ସଫେଇ ସହ ଦୋକାନୀ ମାନଙ୍କୁ ସଚେତନତା କରାଯାଇଥିଲା l ଏସପିସିବି ର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ଏଥିରେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ରଜତ କୁମାର ସେଠି ଯୋଗ ଦେଇ ମନ୍ଦିର ପରିସରରେ ପ୍ଲାଷ୍ଟିକ ଉତ୍ପାଦନ ଓ ବ୍ୟବହାର କୁ ନିଷିଦ୍ଧ ଘୋଷଣା କରିଥିଲେ l ମନ୍ଦିର କୁ ପୂଜା ଭୋଗ ନେବାବେଳେ ପଲିଥିନ ବଦଳରେ ବାଉଁଶ ପାଛିଆ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା l ଏନଏସଏସ ଛାତ୍ର ଛାତ୍ରୀ ମାନେ ମନ୍ଦିର ପରିସରକୁ ଝାଡୁ କରି ସଫା କରିଥିଲେ l ବ୍ୟାସ ପୀଠ ଭାବେ ସୁପରିଚିତ ବେଦବ୍ୟାସ ଧାମର ସ୍ୱଛତା ଓ ପବିତ୍ରତାକୁ ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁକୁଳ ସଂସ୍କୃତ ମହାବିଦ୍ୟାଳୟର ପ୍ରିନସିପାଲ ଡ଼ ପରମେଶ୍ୱର ଶତପଥି, ଏନଏସଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଜ୍ୟୋସ୍ନା ରାଣୀ ଦାଶ, ଓଡ଼ିଆ ଅଧ୍ୟାପିକା ଶ୍ୟାମମାଳା ଦାଶ, ବେଡଦବ୍ୟାସ ମନ୍ଦିର ଟ୍ରଷ୍ଟ ର ଇଓ ଗୋଲାପ ଚନ୍ଦ୍ର କୌଶିକ ପ୍ରମୁଖ ଉପସ୍ଥିତ ଥିଲେ l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅନୁଷ୍ଠାନ ର ସ୍ବେଛାସେବୀଗଣ ଙ୍କ ସହ ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ l

