ରାଉରକେଲା । ତା ୧୧.୧୨.(ଉତ୍କଳ ସମାଚାର) । ସୁନ୍ଦରଗଡ ଲୋକ ସଭା କ୍ଷେତ୍ରର “ସାଂସଦ ଖେଳ ମହୋତ୍ସବର” ମଶାଲ ଶୋଭାଯାତ୍ରା , ବଣାଇର କୋଇଡା ଠାରୁ ଆରମ୍ଭ ହୋଇ ବିଭିନ୍ନ ସ୍ଥାନ ପରିକ୍ରମା କରି ଆଜି ରାଉରକେଲାର ପାନପୋଷ ସ୍ଥିତ ହକି ଛକ ଠାରେ ରାଉରକେଲା ବିଧାନ ସଭା କ୍ଷେତ୍ରକୁ ହସ୍ତାନ୍ତର କରା ଯାଇ ଥିଲା । ଏହି ମଶାଲକୁ ଏକ ସୁସଜ୍ଜିତ ଖୋଲା ଜିପ୍ ରେ ବରିଷ୍ଠ କର୍ମୀ ତଥା ସାଂସଦ ଖେଳ ମହୋତ୍ସବର ଜିଲ୍ଲା ପି ଆର୍ ଗଙ୍ଗାଧର ଦାଶ ଏହାକୁ ଧରି ପାନପୋଷ ଛକ, ରାଉରକେଲାର ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରି ବିଶ୍ରା ଛକ ସ୍ଥିତ ବିର୍ସା ମୁଣ୍ଡା ଆଥେଲେଟିକ ଷ୍ଟାଡିୟମ୍ ରେ ବିରାଟ ଶୋଭା ଯାତ୍ରାରେ ପହଞ୍ଚି ଥିଲେ । ଏହି ମଶାଲ ଶୋଭାଯାତ୍ରା ସମୟରେ ରାସ୍ତାର ବିଭିନ୍ନ ଛକଠାରେ କଲେଜ, ସ୍କୁଲ, ଓକିଲ ସଂଘ, ପବ୍ଲିକ , ବିଭିନ୍ନ ସଙ୍ଗଠନଙ୍କ ତରଫରୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏହି ମଶାଲ ଷ୍ଟାଡିୟମ୍ ରେ ପହଁଚିବା ମାତ୍ରେ ସମସ୍ତ ଖେଳ ଶିକ୍ଷକ ଓ ଖେଳାଳି ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯାଇ ଥିବା ବେଳେ, ରାଉରକେଲା କ୍ଷେତ୍ରର ସଂଯୋଜକ ପ୍ରକାଶ ପାଶୱାନ ସଂଯୋଜନା ଓ ପରିଚାଳନା କରିଥିଲେ । ମାନ୍ୟବର ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ମାର୍ଗଦର୍ଶନରେ ” ସାଂସଦ ଖେଳ ମହୋତ୍ସବ” ଅତି ସୃଙ୍କଳିତ ଓ ଅତି ସୁନ୍ଦର ଭାବରେ ସମଗ୍ର ସୁନ୍ଦରଗଡରେ ପାଳନ କରା ଯାଉଛି । ଚଳିତ ମାସ ୧୩ ରୁ ୧୬ ତାରିଖରେ ସାଂସଦୀୟ କ୍ଷେତ୍ରର ସୁନ୍ଦରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଫାଇନାଲ ନିର୍ଣ୍ଣାୟକ ପ୍ରତିଯୋଗୀତାର ପ୍ରାରମ୍ଭ ଦିନ ଅର୍ଥାତ ୧୩ ତାରିଖ ଦିନ ଏହି ମଶାଲ ସୁନ୍ଦରଗଡରେ ପହଞ୍ଚିବ । ଏହି କାର୍ଯ୍ୟକ୍ରମକୁ ଫଳବତୀ କରିବା ପାଇଁ ଜିଲ୍ଲା ପ୍ରଶାସନର ଜିଲ୍ଲାପାଳ ଡ଼ ଶୁଭଙ୍କର ମହାପାତ୍ର, ପଶ୍ଚିମାଞ୍ଚଳ ଡି ଆଇ ଜି ବ୍ରିଜେଶ କୁମାର ରାୟ , ଅତିରିକ୍ତ ଜିଲ୍ଲାପାଳ ଧୀନା ଦସ୍ତାଗୀର , ରାଉରକେଲା ଏସ ପି ନୀତେଶ ୱାଧୱାନୀ, ଜିଲ୍ଲା ଖେଳ ଡେପୁଟି ଡାଇରେକ୍ଟରଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ସଂଯୋଜକ ପ୍ରକାଶ ପାଶୱାନସହ ସଂଯୋଜକ ଲାଖନ ଲୋହାର, ଜିଲ୍ଲା ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ରଘନାଥପଲ୍ଲୀ ସଂଯୋଜକ ମନୋରଞ୍ଜନ ମୁନି, ସହ ସଂଯୋଜକ ସୁଶାନ୍ତ ମହାପାତ୍ର, ଶଶାଙ୍କ ଶେଖର ଜେନା, ରୋସନ ସାହୁ, ରିତା ସିଂ, ଜନ୍ହ ନାୟକ, ବଟକୃଷ୍ଣ ନାୟକ, ପ୍ରତାପ ପଟ୍ଟନାୟକ, ମନୋଜ ଦାସ, ଅନିଲ ମହାନନ୍ଦିଆ, ଆଶୁତୋଷ ଦାସ, ଦୁର୍ଗା ମାଇତି,ଅଭୟ ବେହେରା, ଅନିଲ ଅଗ୍ରୱାଲ, ମାଳତୀ ସିଂ, ହିରନ୍ୟ ପ୍ରାସାଦ ସାହୁ , ହାପି ତନ୍ତୀ, ଶାନ୍ତନୁ ଦାସ, ଜିତେନ୍ଦ୍ର ରାୟ, ପ୍ରହଲ୍ଲାଦ ତନ୍ତୀ, ସତ୍ୟଜିତ ପ୍ରଧାନ, କୋଚ ଶିବ ମିଶ୍ର, ଉପସ୍ଥିତ ରହି ସଫଳ କରିବା ପାଇଁ ସହଯୋଗ କରିଥିଲେ । ଏହି ଯାତ୍ରାରେ ଶତାଧିକ ଅଂଶ ଗ୍ରହଣ କରିଥିଲେ।

