ରାଉରକେଲା ::୧୧/୧୨,(ଉତ୍କଳ ସମାଚାର)୪୫ ତମ ବାର୍ଷିକ କ୍ରୀଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଶିବାଜୀ ମାର୍ଗ ତରଫରୁ ରିଜର୍ଭ ପୋଲିସ୍ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମର ଉଦ୍ଘାଟନ ସକାଳ ୮.୩୦ ମିନିଟ୍ରେ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଉଦୟ କୁମାର ରାଜଗଡ଼ିଆ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଦସ୍ୟା ଶ୍ରୀମତୀ ପ୍ରୀତି ଲହରେ ଉପସ୍ଥିତ ଥିଲେ। ଏହି ସମୟରେ ପିଲାମାନେ ସ୍ୱାଗତ ସଙ୍ଗୀତ ଭାବରେ “ଗିର୍ କର୍ ଉଠ୍ନା ଉଠ୍ କର୍ ଚଲ୍ନା” ଗୀତ ପରିବେଷଣ କରିଥିଲେ।ଏହି ଅବସରରେ ବିଦ୍ୟାଳୟର କାର୍ଯ୍ୟକ୍ରମରେ ପିଲାମାନେ ୧୦୦ ମିଟର, ୨୦୦ ମିଟର, ୪୦୦ ମିଟର, ୮୦୦ ମିଟର, ୧୫୦୦ ମିଟର ଓ ୩୦୦୦ ମିଟର ଦୌଡ଼, ୩୦୦୦ ମି. ଚାଲିବା, ହାଇ ଜମ୍ପ (ଉଚ୍ଚ ଡିଆଁ), ଲଙ୍ଗ୍ ଜମ୍ପ (ଲମ୍ବା ଡିଆଁ), ସଟ୍ ପୁଟ୍, ଜାଭେଲିନ୍ ଥ୍ରୋ, ଡିସ୍କସ୍ ଥ୍ରୋ ଆଦିର ଆୟୋଜନ କରାଯାଇଥିଲା।ବିଦ୍ୟାଳୟର ତିନୋଟି ବର୍ଗର ଖେଳରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଚାମ୍ପିଅନ୍ ଭାବରେ ପୁରସ୍କୃତ କରାଗଲା:କିଶୋର ବର୍ଗରୁ: ବୀର କୁମାର ଶ୍ରେଷ୍ଠ, ଆଲୋକ ସାହନୀ, କିଞ୍ଜଲ ସାହୁବାଳ ବର୍ଗରୁ: ଦୀପୁ ସାର୍ଲାଶିଶୁ ବର୍ଗରୁ: ଦେବ ସୋୟସମାପନ ସମାରୋହରେ ଆମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ରକ୍ଷିତ ଅଗ୍ରୱାଲ, ବିଭା ଅଗ୍ରୱାଲ, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରୀନା ଅଗ୍ରୱାଲ, ସଦସ୍ୟ ଅମର ସିଂହ ସାମିଲ ଥିଲେ।ସମସ୍ତ କାର୍ଯ୍ୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ କଡ଼ା ନୀରିକ୍ଷଣରେ ହୋଇଥିଲା। ବିଦ୍ୟାଳୟର ଶାରୀରିକ ଶିକ୍ଷା ବିଭାଗ ଏବଂ ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ସମ୍ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।

