ରାଉରକେଲା:11//12,(ଉତ୍କଳ ସମାଚାର) ବିଜୁ ଛାତ୍ର ଜନତା ଦଳ ସଭାପତି ସଂଜିତ୍ ଛୋଟରାୟ ଙ୍କ ନେତୃତ୍ୱରେ ଦେଓଗାଁ ୱାର୍ଡ. ନଂ – ୭ ର ଅଧିବାସୀ ମାନେ ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲାର ଏଡିଏମ୍ ଦିନା ଦସ୍ତଗିର ଙ୍କୁ ଭେଟି ଦେଓଗାଁର ବିଭିନ୍ନ ଉନୟନ ମୂଳକ କାଯ୍ୟ ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଥିଲେ।ଅକ୍ସଫୋର୍ଡ ସ୍କୁଲ ରୁ ତେଲୁଗୁ ବସ୍ତି ରୋଡ, ସବଜି ମାର୍କେଟ ଡ୍ରେନ, ମଙ୍ଗଳା ମନ୍ଦିର ବସ୍ତି ରୋଡ ଏବଂ ଡ୍ରେନ,ତେଲି ବସ୍ତି ଡ୍ରେନ ଓ ରୋଡ ସମସ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ବନ୍ଦ ହୋଇପଡିଛି।ପାଞ୍ଚ ମାସ ପୂର୍ବରୁ ଦେଓଗାଁର ବିଭିନ୍ନ ସ୍ଥାନରେ ନୂତନ ଷ୍ଟ୍ରିଟ ଲାଇଟ୍ ଓ ନୂତନ ରୋଡ ଡ୍ରେନର ଆବଶ୍ୟକ ପାଇଁ ଦରଖାସ୍ତ ଦିଆଯାଇଥିବା ବେଳେ ଏପଯ୍ୟନ୍ତ ଉକ୍ତ କାମ ପାଇଁ ଟେଣ୍ଡର ହୋଇନାହଁ କି କୌଣସି ବ୍ୟବସ୍ଥା କରାଯାଇ ନାହିଁ।ଦେଓଗାଁ ଛକ ତାରିଣୀ ମନ୍ଦିରରୁ ଦେଓଗାଁ ସ୍କୁଲ ପଯ୍ୟନ୍ତ ସର୍ଭିସ୍ ରୋଡ , ଦେଓଗାଁ ରାମ ବସ୍ତି ଖେଳ ପଡିଆର ଉନ୍ନତି କରଣ ଆଦି ଦାବି ମଧ୍ୟ ପ୍ରତିନିଧି ଦଳ କରିଥିଲେ।ଏହି କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇ ଯଥାଶୀଘ୍ର କାମ ପୁଣି ଆରମ୍ଭ କରିବାକୁ ଏଡିଏମ୍ ପ୍ରତିଶ୍ରୁତି ଦେଇଥିବା ପ୍ରତିନିଧି ମଣ୍ଡଳ କହିଛନ୍ତି। ଏହା ଛଡା ଏଡିଏମ୍ ନିଜେ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଉନ୍ନୟନ ମୂଳକ କାମକୁ ତ୍ୱରାନ୍ୱିତ କରିବେ ବୋଲି କହିଥିଲେ।ସୁନ୍ଦରଗଡ଼ : ଡକାୟତି ଯୋଜନା ପଣ୍ଡ।। ହାଇୱେ ରୁ ଟ୍ରକ୍ ଅଟକାଇ ଲୁଟ୍ ଯୋଜନା କରୁଥିଲେ।। ୫ ଗିରଫ ।ଓଡିଶାସୁନ୍ଦରଗଡ଼ : ଡକାୟତି ଯୋଜନା ପଣ୍ଡ।। ହାଇୱେ ରୁ ଟ୍ରକ୍ ଅଟକାଇ ଲୁଟ୍ ଯୋଜନା କରୁଥିଲେ।। ୫ ଗିରଫ ।ଓଡିଶାରାଉରକେଲା : ଗୃହରକ୍ଷୀ ବାହିନୀ ର ପ୍ରଥମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ।। ୮୨ ଦିନ ଟ୍ରେନିଂ ପରେ ୧୧୮…ଓଡିଶାରାଉରକେଲା : ଉତ୍କଳମଣି ହୋମିଓ ପାଥି କଲେଜ୍ ଛାତ୍ରଛାତ୍ରୀ ମାନେ ଆଜି ଠାରୁ ବସିଛନ୍ତି ଆମରଣ ଅନଶନରେ।।…ଓଡିଶା
ରାଉରକେଲା : ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କୁ ଆଇଜିଏଚ ରେ ଭେଟିଲେ…

