ରାଇଘର. ନରସିଂବାଘ(ଉତ୍କଳ ସମାଚାର )ତା 11/12-ନବରଙ୍ଗପୁର ଜିଲ୍ଲା ଲୋକ ମହେତ୍ସବ ମଣ୍ଡେଇ ଆସନ୍ତା ୧୩ ତାରିଖ ଦିନ ହେବାକୁ ଥିବା ବେଳେ ଆଜି ରାଇଘର ବ୍ଲକ ମହକୁମା ଠାରେ ବ୍ଲକ ସ୍ତରୀୟ ମଣ୍ଡେଇ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଠାକୁରାଣୀଙ୍କ ମନ୍ଦିରରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରିଥିଲା।ଏଥିରେ ଆଦିବାସୀ ନୃତ୍ୟ,ଘୁମୁରା, ବନାବାଡି ,ମାଦଲି ନାଚର ତାଳେ ତାଳେ ସମସ୍ତ ଅତିଥି,ଗ୍ରାମବାସୀ, ଜନପ୍ରତିନିଧି, ସରକାରୀ କର୍ମଚାରୀ ପ୍ରମୁଖ ସାମିଲ ହୋଇ ରାଇଘର ଷ୍ଟଡିମ ରେ ପହଞ୍ଚି ମଶାଲ ସ୍ଥାପନ ହୋଇଥିଲା।ପରେରାଇଘର ବ୍ଲକ ବିଡିଓ ଋତୁ ସିଂ ଙ୍କ ତତ୍ୱାବଧାନରେ ଅତିରକ୍ତ ଉପ ଜିଲାପାଳ ରବିନ୍ଦନାଥ ଖୁଣ୍ଟିଆ. ଉମରକୋଟ ବିଧାୟକପ୍ରତିନିଧି,ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର,ସାଂସଦ ପ୍ରତିନିଧି ପ୍ରୀତିସିଗ୍ନା ମହାପତ୍ର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ମଣ୍ଡେଇ ଉଦଘାଟନ କରିଥିଲେ।ପରେ ରାଇଘର ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝଙ୍କାର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରତିନିଧି ବିଧାୟକ ପ୍ରତିନିଧି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରୀତିସିଗ୍ନା ମହାପତ୍ର,ଜିଲ୍ଲା ପରିଷଦ ଯତୀନ୍ଦ୍ର ନାଥ ଗଣ୍ଡ.ନାନାରା.ଖରା ଖଗେଶ୍ୱର ହରିଜନ ତଥା ବିଭିନ୍ନ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା,ସରପଞ୍ଚ ପ୍ରମୁଖ ଯୋଗ ଦେଇ ଆଦିବାସୀ ମାନଙ୍କ ସଂସ୍କୃତି, ପରମ୍ପରା ଓ ବିଭିନ୍ନ କ୍ଷେତ୍ରରେ ଲୁକାୟତ ପ୍ରତିଭାକୁ ଲୋକ ଲୋଚନକୁ ଆଣି ବିକାଶିତ ଓ ସଂରକ୍ଷଣ କରିବା ମଣ୍ଡେଇ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ଦେଇଥିଲେ।ଶେଷରେ ଅତିଥି ମାନଙ୍କ ଦ୍ୱାରା ରାଇଘର ବ୍ଲକ ନାଟଗୁରୁ ସଂଘର ସଭାପତି. ଶବର ଶବରଣି,ଟିପାଗୁଡା ସାଇଲଡି, ଗ୍ରାମର ଗୋଟି ବାଜାକୁ ଖୁଟ ମାନ୍ଦର କୁନିକୁନି ଛାତ୍ର ଛାତ୍ରୀ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ରାଇଘର ବ୍ଲକ weo ସ୍ୟାମସୁନ୍ଦର ଧୁରୁୟ ପରିଚାଳନା କରିଥିଲେ। ରାଇଘର ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ଖୋଲା ଯାଇ ସଚେତନତା କରାଯାଇଥିଲା।ବିଳମ୍ବିତ ରାତି ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ବହୁ ଦର୍ଶକ ଉପଭୋଗ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ରାଇଘର ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।

