ରାଉରକେଲା ୧୩/୧୨,(ଉତ୍କଳ ସମାଚାର) ସ୍ବଦେଶୀ ବସ୍ତ୍ରର ବ୍ଯବହାର ପାଇଁ ବ୍ରିଟିଶ ଶାସନ କାଳରେ ମୁମ୍ବାଇର ଏକ ବିଦେଶୀ ବସ୍ତ୍ର ବୋଝେଇ ଟ୍ରକ ସମ୍ମୁଖରେ ଶୋଇ ନିଜ ଜୀବନକୁ ପ୍ରଥମ ବଳିଦାନ ଦେଇଥିବା ବାବୁ ଗେନୁଙ୍କ ଶହୀଦ ଦିବସ ପାଳନ ଅବସରରେ ଭାରତୀୟ ମଜଦୁର ସଂଘ ପକ୍ଷରୁ ସମଗ୍ର ଦେଶରେ ଡିସେମ୍ବର ୧୨ ତାରିଖରେ ପାଳନ କରିଆସୁଛି। ଏଭଳି ଏକ ପବିତ୍ର ଦିନରେ ରାଉରକେଲା ସାରନଗରୀ ବିଏମ୍ଏସ୍ କାର୍ଯ୍ଯାଳୟ, ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ବରିଷ୍ଠ ପ୍ରଚାରକ ବିଷ୍ଣୁ ଚରଣ ପାତ୍ରଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଛି। ଗୃହ ପ୍ରବେଶ ବା କାର୍ଯ୍ଯାଳୟ ପ୍ରବେଶ ପୂର୍ବରୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିଆଇକେକେଏସର ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ମହାନ୍ତଙ୍କ ତତ୍ତ୍ବାବଧାନରେ ହୋମଯଜ୍ଞର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ବିଷ୍ଣୁ ପାତ୍ର ଶହୀଦ ବାବୁ ଗେନୁଙ୍କ ବଳିଦାନର ସ୍ମୃତିଚାରଣ କରିବା ସହିତ ସାରନଗରୀରେ ବିଏମ୍ଏସର କାର୍ଯ୍ଯାଳୟ ଉଦ୍ଘାଟନ ଲୋକଙ୍କର ଅନେକ ଦିନର ସ୍ବପ୍ନ ସାକାର ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଗାଙ୍ଗପୁର ମଜଦୁର ସଭାର ସାଧାରଣ ସମ୍ପାଦକ ଗୋପାଳ ଦାସ ନିମନ୍ତ୍ରଣ କରି ବିଏମ୍ଏସର କାର୍ଯ୍ଯାଳୟ ଉଦ୍ଘାଟନରେ ଯୋଗଦାନ କରିଥିବାରୁ ତାଙ୍କୁ ବିଆଇକେକେଏସ୍ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରଦୋଷ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବିବେକାନନ୍ଦ ମାହାନ୍ତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଉମାକାନ୍ତ ସାମଲ, ବିକାଶ ପ୍ରଧାନ, ସଞ୍ଜୟ ଦାସ, ପ୍ରତାପ ପଟ୍ଟନାୟକ, ବାସୁ ନାଥ, ନରନାଥ କୁଅଁର, ଉତ୍ତମ ଜେନା, ରବି ଗୁପ୍ତା, ଅନୀଲ ଗୁପ୍ତା, ଗାନ୍ଧୀ ନାଏକ, ବୁଟୁ ସାମଲ, ବୈକୁଣ୍ଠ ପାତ୍ର, ରବି ଘଡେଇ ପ୍ରମୁଖଙ୍କ ବିଶେଷ ଯୋଗଦାନ ରହିଥିଲା।

