ସୁନ୍ଦରଗଡ଼,13//12,(ଉତ୍କଳ ସମାଚାର): ସୂଚନା ଓ ଲୋକସମ୍ପର୍କ ବିଭାଗର ଉତ୍ତରାଞ୍ଚଳ (ସମ୍ବଲପୁର) ର ଉପ – ନିର୍ଦ୍ଦେଶିକା ଶ୍ରୀମତୀ କଲ୍ୟାଣୀ ଦାଶ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ସୁନ୍ଦରଗଡ଼ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏହି ଅବସରରେ ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ ଙ୍କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ନନ୍ଦିନୀ ମୁଣ୍ଡାରୀ ତଥା ସମସ୍ତ କର୍ମଚାରୀ ମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଉପ ନିର୍ଦ୍ଦେଶିକା ଶ୍ରୀମତୀ ଦାଶ କାର୍ଯ୍ୟାଳୟ ର ବିଭିନ୍ନ ନଥିପତ୍ର, ରେଜିଷ୍ଟର ଆଦି ତନଖି କରିବା ସହିତ ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକୁ ସମୟ ସୀମା ମଧ୍ୟରେ ସମାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି କାର୍ଯ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେସବୁ ର ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ପରେ ପରେ ସେ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ସୁନ୍ଦରଗଡ଼ ସୂଚନା କେନ୍ଦ୍ର ତଥା ପାଠାଗାର ଗସ୍ତ କରି ବିଭିନ୍ନ ନଥିପତ୍ର ଦେଖିବା ସହିତ ଏବଂ ପାଠକ ମାନଙ୍କ ସହିତ ଆଲୋଚନା କରିଥିଲେ।

