ରାଉରକେଲା :13//12,(ଉତ୍କଳ ସମାଚାର) ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଦୁଇଟି ନାଟକ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟାନୁଷ୍ଠାନ ନାୟିକା, ରାଉରକେଲା ତରଫରୁ ଅହ୍ୟ ସୁଲକ୍ଷଣୀ ଓ ସ୍ବସ୍ତି ଝଙ୍କାର ତରଫରୁ ନିଜ ଠାରୁ ନିଜର ଦୂରତା ମଞ୍ଚସ୍ଥ ହୋଇଯାଇଛି। ଅହ୍ୟ ସୁଲକ୍ଷଣୀ ନାଟକର କାହାଣୀ ନାରୀ ର ଅଖଣ୍ଡ ବିଶ୍ବାସ ଉପରେ ଆଧାରିତ । ଏହି ନାଟକରେ ଦୟାନିଧି ସହର ଯାଇ ରୋଜଗାର ସ୍ୱଳ୍ପ ହେବାରୁ ନିଜ ଶରୀରକୁ ଏକ ମେଡ଼ିକାଲ କୁ ଦାନ କରିଛି। ତେବେ ଗାଁ ସରପଞ୍ଚ ଦୟାର ସ୍ତ୍ରୀ ପାନ କୁ ହଇରାଣ କରିଥିଲେ ବି ଶେଷରେ ସରପଞ୍ଚ ର ଗର୍ବ ଭାଙ୍ଗିଛି। ଦୟା ଗାଁ କୁ ଫେରି ପାନକୁ ଅହ୍ୟ ସୁଲକ୍ଷଣୀ କରିପାରିଛି। ଏହି ନାଟକରେ ନାଟ୍ୟକାର ଗୈ।ତମ ଦାସ, ନିର୍ଦ୍ଦେଶିକା କନକଲତା ଦାସ, ସଂଗୀତ ରେ ପୁଲିନ ରାଉତରାୟ,କଣ୍ଠ ରେ ସ୍ନିଗ୍ଧା ସ୍ବାଇଁ ସହଯୋଗ କରିଥିବା ବେଳେ ଅଭିନୟରେ କ୍ଷୀରୋଦା ବାରିକ, ଶାନ୍ତିଲତା ଦାସ,ଲୀନା ବିଶ୍ବାଳ, ଅରୁନ୍ଧତୀ ସ୍ବାଇଁ, କଲ୍ୟାଣୀ ଦାସ, ପୂର୍ଣ୍ଣିମା ପଣ୍ଡା, ମମତା ରଣା, ରଶ୍ମି ପରିଡା, ଶୁଭସ୍ମିତା ବାରିକ,ବବିତା ମହାରଣା, କ୍ବିରିନ ଦାସ, ସନ୍ଧ୍ୟା ପଟ୍ଟନାୟକ, କନକଲତା ଦାସ ପ୍ରମୁଖ ଅଭିନୟ କରିଥିଲେ। ସେହିପରି ଦ୍ବିତୀୟ ନାଟକ ସ୍ବସ୍ତି ଝଙ୍କାର ର ନିଜ ଠାରୁ ନିଜର ଦୂରତା ର କାହାଣୀ ହେଲା ନାରୀ ନୀତି ଓ ଦାୟିତ୍ଵ ର ପ୍ରତୀକ ହୋଇଥିବା ବେଳେ ପୁରୁଷ ହେଉଛି ମୁକ୍ତି, ଇଚ୍ଛା ଓ ବ୍ୟକ୍ତିଗତ ଶୂନ୍ୟତା ର ପ୍ରତୀକ। ହେଲେ ଏହି ନାଟକରେ ଉଭୟ ଚରିତ୍ର ନିଜର ସ୍ଥିତି ହରାଇ ବସନ୍ତି। ଅନ୍ଧାର ଭିତରେ ନିଜର ସ୍ଥିତି ଖୋଜି ଚାଲିଥାନ୍ତି। ହେଲେ ଯେତେବେଳେ ପ୍ରାପ୍ତ ହୁଏ ସେତେବେଳେ କେବଳ ଶୂନ୍ୟତା ରହିଥାଏ। ଏହିଭଳି ଏକ ଅସମାହିତ ବିଷୟକୁ ନେଇ ଗତିଶୀଳ ହୋଇଛି ନାଟକ। ଏହି ନାଟକକୁ ଶଙ୍କର ତ୍ରିପାଠୀ ରଚନା, ନିର୍ଦ୍ଦେଶକ ଭାବେ ରାଜୀବ ପାଣି, ସଂଗୀତ ନିର୍ଦ୍ଦେଶକ ଭାବେ ଡ଼ଃ ସୁଶାନ୍ତ ପାଣି,ମଞ୍ଚ ସଜ୍ଜାରେ ପ୍ରଳୟ ଶତପଥୀ ଦାୟିତ୍ଵ ନିର୍ବାହ କରିଥିବା ବେଳେ ସାର୍ଥକ ଦାସ,ଗୈ।ତମ ଦାସ,ସୈ।ରଭ ଚକ୍ରବର୍ତ୍ତୀ, ଆଲୋକ ବୋଷ, ମହେନ୍ଦ୍ର ସାହୁ, କିଶୋରୀ ମୋହନ କର, ପ୍ରଳୟ ଶତପଥୀ,ବବି ମହାଳିକ, ବସୁନ୍ଧରା ନାୟକ ପ୍ରମୁଖ ଅଭିନୟ କରିଥିଲେ । ଏକତ୍ର ତରଫରୁ ସଭାପତି ରାଜୀବ ପାଣି ସଭାପତିତ୍ବ କରିଥିଲାବେଳେ ମୁଖ୍ୟଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଉଦଘାଟକ ଭାବେ ଆରଏସପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିଶ୍ବରଂଜନ ପଲେଇ, ସମ୍ମାନିତ ଅତିଥି ଭାବେ ରାଜ୍ୟ ନାଟ୍ୟ ସଂଘର ସଭାପତି ମିହିର ମେହେର ଓ ମୁଖ୍ୟ ଦର୍ଶକ ଭାବେ ନମ୍ରତା ବର୍ମା, ପ୍ରତିଜ୍ଞା ପଲାଇ ପ୍ରମୁଖ ଯୋଗଦେଇ ଥିଲେ। ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ନାଟକ ଆମ ସାମାଜିକ ଜୀବନ ସହ ସାମଞ୍ଜସ୍ୟ ତଥା ଏକତ୍ର ୨୭ ଅନୁଷ୍ଠାନକୁ ନେଇ ନାଟ୍ୟାନୁଷ୍ଠାନ ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ସାଧୁବାଦ ଦେଇଥିଲେ। ସେହିପରି ମୁଖ୍ୟ ଅତିଥି ଶ୍ରୀ ନାୟକ ନାଟକ ସମାଜର ପ୍ରତିବିମ୍ବ, ସହ ସେସମାଜର ବାର୍ତ୍ତାବହ ବୋଲି ମତ ରଖିଥିଲେ। ସେହିପରି ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କାର ପାଇଁ ନାଟକ ଉପଯୋଗୀ ବୋଲି ମତ ରଖିଥିଲେ। ସମ୍ପାଦକ ସୁଦେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଝିଲିମା ମହାନ୍ତି ଓ ପ୍ରବୀର ଜେନା ସଂଯୋଜନା କରିଥିଲେ। ଏହି ଅବସରରେ ଡ ସମର ମୁଦାଲି ରାଜ୍ୟ ସଂଗୀତ ନାଟକ ଏକାଡେ଼ମୀ ତରଫରୁ ସମ୍ବର୍ଦ୍ଧିତ ହୋଇଥିବାରୁ ତାଙ୍କୁ ଅନୁଷ୍ଠାନ ତରଫରୁ ତଥା ସମସ୍ତ ନାଟ୍ୟାନୁଷ୍ଠାନ ଓ ସାମ୍ବାଦିକ ମାନଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ଡ଼ା କୃପାସିନ୍ଧୁ ନାୟକ,ବିଜୟ ପାତ୍ର, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଅକ୍ଷୟ ଧଳ,ପ୍ରସନ୍ନ କୁମାର ମହାନ୍ତି, କଲ୍ୟାଣୀ ଦାସ, ଶାନ୍ତିଲତା ଦାସ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ

