ରାଉରକେଲା:13//12,(ଉତ୍କଳ ସମାଚାର) ରାଉରକେଲା କୋର୍ଟ ପରିସରରେ ଶନିବାର ଦିନ ଲୋକ ଅଦାଲତର ଆୟୋଜନ କରାଯାଇଥିଲା। ଏଥିରେ ବିଭିନ୍ନ ଅପରାଧିକ ମାମଲା, ଏନ୍.ଆଇ. ଆକ୍ଟ୍ (NI Act), ମନି ରିକୋଭରି, ମୋଟର ଦୁର୍ଘଟଣା, ବିବାହ ବିବାଦ, ଜମି ବିବାଦ, ସିଭିଲ୍ କେସ୍ ସମେତ ମୋଟ ୧୧୧୭ଟି ମାମଲା ଉପସ୍ଥାପିତ କରାଯାଇଥିଲା। ସେଥିମଧ୍ୟରୁ ୫୫୬ଟି ମାମଲାର ନିଷ୍ପାଦନ କରାଯିବା ସହ ୬,୫୩,୧୧,୨୩୯ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଜାତୀୟ ଲୋକ ଅଦାଲତରେ ଫ୍ୟାମିଲି ଜଜ୍ ଲିଲି ଶତପଥୀ, ପ୍ରଥମ ଏଡିଜେ ତଥା ଥାର୍ଡ ଏମ୍.ଏ.ସି.ଟି. (MACT) ଏମ୍.ଆର୍. ଶତପଥୀ, ଦ୍ଵିତୀୟ ଏଡିଜେ ରଣଜିତ ଜ୍ୟୋତିଷି, ସିନିୟର ସିଭିଲ୍ ଜଜ୍ ମୋନାଲିଶା ପଟ୍ଟନାୟକ, ସିନିୟର ସିଭିଲ୍ ଜଜ୍ ତଥା କ୍ରିମିନାଲ୍ କୋର୍ଟ ଅଭିଜିତ କୁମାର ପୁରୋହିତ, ଏସ୍.ଡି.ଜେ.ଏମ୍. (SDJM) ପାନପୋଷ ପ୍ରବୀଣ ମଣ୍ଡଳ, ଜି.ଜେ. ଜେ.ଡି. ଜେ.ଏମ୍.ଏଫ୍.ସି. (GJ JD JMFC) ପ୍ରଦୋଷ ଦାସ, ଜେ.ଏମ୍.ଏଫ୍.ସି. ଶର୍ମିଷ୍ଠା ପାଢ଼ୀ, ସିଭିଲ୍ ଜଜ୍ ସ୍ପନ୍ଦନ ପଟ୍ଟନାୟକ ମାମଲାଗୁଡ଼ିକର ଶୁଣାଣି କରିଥିଲେ। ବେଞ୍ଚ୍ ନମ୍ବର-୧ ରେ ଆଇନଜୀବୀ ବସନ୍ତ କୁମାର ପାତ୍ର ଓ ସାମାଜିକ କର୍ମୀ ସ୍ନେହଲତା ପଟ୍ଟନାୟକ ଥିଲେ, ଯେତେବେଳେ କି ବେଞ୍ଚ୍ ନମ୍ବର-୨ ରେ ଆଇନଜୀବୀ ବୈଷ୍ଣବ ଚରଣ ନାୟକ ଓ ସାମାଜିକ କର୍ମୀ ଡୋଲିରାଣୀ ବ୍ରହ୍ମା ସହଯୋଗ କରିଥିଲେ।ଲୋକ ଅଦାଲତରେ ଅପରାଧ ସମ୍ବନ୍ଧିତ ୧୫ଟି ମାମଲା ଉପସ୍ଥାପିତ କରାଯାଇଥିଲା, ଯେଉଁଥିରୁ ୪ଟିର ନିଷ୍ପାଦନ କରାଯାଇଛି। ଏନ୍.ଆଇ. ଆକ୍ଟ୍ର ୩୮୭ଟି ମାମଲା ମଧ୍ୟରୁ ୩୨ଟିର ସମାଧାନ କରାଯିବା ସହ ୩୬,୨୧,୩୨୫ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନି ରିକୋଭରି ସମ୍ବନ୍ଧିତ ୫୯ଟି ମାମଲା ଉପସ୍ଥାପିତ କରାଯାଇଥିଲା, ଯେଉଁଥିରୁ ୧୦ଟିର ନିଷ୍ପାଦନ କରାଯାଇ ୭୩,୨୯,୯୧୪ ଟଙ୍କା ପୈଠ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମୋଟର ଯାନ ସମ୍ବନ୍ଧିତ ୧୧୦ଟି ମାମଲା ମଧ୍ୟରୁ ୫୩ଟିର ନିଷ୍ପାଦନ କରାଯାଇ ୫,୪୩,୨୦,୦୦୦ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକ ଅଦାଲତରେ ବିବାହ ବିବାଦ ସମ୍ବନ୍ଧିତ ୬୬ଟି ମାମଲା ଉପସ୍ଥାପିତ କରାଯାଇଥିଲା, ଯେଉଁଥିରୁ ୩୯ଟିର ନିଷ୍ପାଦନ କରାଯାଇଛି। ଜମି ସମ୍ବନ୍ଧିତ ଦୁଇଟି ମାମଲା ଉପସ୍ଥାପିତ କରାଯାଇଥିଲା। ୫୦ଟି ସିଭିଲ୍ କେସ୍ ମଧ୍ୟରୁ ୭ଟିର ନିଷ୍ପାଦନ କରାଯାଇ ୪୦,୦୦୦ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୪୨୮ଟି ଅପରାଧିକ ମାମଲା ଦାଖଲ କରାଯାଇଥିଲା, ଯେଉଁଥିରୁ ୪୧୭ଟିର ନିଷ୍ପାଦନ କରାଯାଇଛି।

