କେନ୍ଦୁଝର :14//12,(ଉତ୍କଳ ସମାଚାର)-ଆନନ୍ଦପୁର ମୁନିସିପାଲିଟି ଅନ୍ତର୍ଗତ ଘସିପୁରା ବନଦୁର୍ଗା ଷ୍ଟାର୍ କ୍ଲବ ଆନୁକୂଲ୍ଯରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବୃକ୍ଷ ରୋପଣ କରି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ପରେ ଅନ୍ୟ ସମସ୍ତ ସଦସ୍ଯ ମାନେ ଶତାଧିକ ବୃକ୍ଷ ରୋପଣ କରିଥିଲେ । ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା।ଦିନକୁ ଦିନ ଜଙ୍ଗଲ ଦ୍ରୁତ ଅବକ୍ଷୟ, କଳ କାରଖାନା ବୃଦ୍ଧି ଓ ଯାନ ବାହାନ ର ଧୂଳି, ଧୂଆଁ ଫଳରେ ପରିବେଶ ଅତ୍ୟନ୍ତ ଦୂଷିତ ହେଉଛି। ଏଣୁ ପ୍ରକୃତିର ଶନ୍ତୁଳନ କୁ ରକ୍ଷା କରିବା ପାଇଁ ବ୍ୟାପକ ଭାବେ ବୃକ୍ଷ ରୋପଣ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବନଦୁର୍ଗା ଷ୍ଟାର୍ କ୍ଲବ ର ସଭାପତି ଶ୍ରୀ ଯଶୋବନ୍ତ ଦାଶ, ସଂପାଦକ ଶ୍ରୀ ଶରତ ଚନ୍ଦ୍ର ପାତ୍ର, କାଉନସିଲର ଜ୍ୟୋସ୍ନା ରାଣୀ ଖୁଣ୍ଟିଆ, ସରୋଜ କୁମାର ସାହୁ, ନାରାୟଣ ପାତ୍ର, ସମୀର ରଞ୍ଜନ ସାହୁ, ରଞ୍ଜନ କୁମାର ସାହୁ, ସୁଧାକର ପାତ୍ର, ଶିବାନନ୍ଦ ପାତ୍ର, ପିଣ୍ଟୁ ପାତ୍ର, ଦୀପକ କୁମାର ପାତ୍ର, ଅମୂଲ୍ୟ କୁମାର ମୁଖୀ, ଦେବଦତ୍ତ ଜେନା, ରାଜେନ୍ଦ୍ର କୁମାର ଜେନା, ବିଶ୍ୱଜିତ୍ ଜେନା, ଦୀପୁ ପାତ୍ର, କୈଳାଶ ଚନ୍ଦ୍ର ପାତ୍ର, ଟୁକୁ ଦାଶ ପ୍ରମୁଖ ଙ୍କ ସମେତ ଶତାଧିକ କାର୍ଯ୍ୟକତା ଯୋଗଦାନ କରିଥିଲେ।
