ରାଉରକେଲା:15//12,(ଉତ୍କଳ ସମାଚାର) ଜଲଦା ପଡ଼ିଆ ଠାରେ ଚାଲିଥିବା ୪୪ତମ ନକଆଉଟ ଫୁଟବଲ ପ୍ରତିଯୋଗିତା ସମାପ୍ତ ହୋଇଯାଇଛି। ଯୁବ ଶକ୍ତି କ୍ଲବ୍ ର ସଭାପତି ଏଡୱର୍ଡ କନଭେ ଙ୍କ ସଭାପତିତ୍ବ ଓ ସାମ୍ପାଦକ ରବିନ୍ଦ୍ର ବେବର୍ତ୍ତା ଙ୍କ ଆବାହକତ୍ୱରେ ଆୟୋଜିତ ଉଦଯାପନୀ ଉତ୍ସବରେ ସିଆରପିଏଫ ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି, ଶ୍ରମିକନେତା ଗୋପାଳ ଦାସ ସମ୍ମାନିତ ଅତିଥି ଓ ଅନ୍ୟତମ ଅତିଥି ଭାବେ ଜଲଦା ସରପଞ୍ଚ ଗୀତା ଓରାମ, ସମାଜସେବୀ ଆଶା ତନ୍ତୀ, ପ୍ରାକ୍ତନ ସରପଞ୍ଚ ଜାତୃ ଓରାମ, ବଳରାମ ତନ୍ତୀ, ବଳରାମ ଲୋହାର,ନନ୍ଦଲାଲ ସମାଧୀ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡା ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୁଏ ବୋଲି ମତ ରଖିଥିଲେ। ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ ଟ୍ରାଇବ୍ରେକର ଦ୍ଵାରା ଫଳାଫଳ ଘୋଷଣା କରାଯାଇଥିଲା। ଏଥିରେ ଲାଲଟାଙ୍କି ଦଳ ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ କୁ ୫-୪ ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଓ ଅନ୍ୟ ଅତିଥିଗଣ ଲାଲମାଟି ଚମ୍ପିୟାନ ଦଳକୁ ଏକ ଖାସୀ ଓ ଚମ୍ପିୟାନ ଟ୍ରଫି, ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ୍ କୁ ଏକ ଖାସି ଓ ରନର୍ସ ଅପ୍ ଟ୍ରଫି ପ୍ରଦାନ କରିଥିଲେ। ଏହା ସହ ଶ୍ରେଷ୍ଠ ଗୋଲକିପର, ଶ୍ରେଷ୍ଠ କ୍ଷେତ୍ର ରକ୍ଷକ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳିଙ୍କୁ ସମ୍ମାନିତ କରାଯାଇଥିଲା। କୋଷାଧ୍ୟକ୍ଷ ପି ଏନ୍ ମହାପାତ୍ର ଓ ଅନ୍ୟମାନେ ଏହି ପ୍ରତିଯୋଗିତାର ପରିଚାଳନାରେ ସହଯୋଗ କରିଥିଲେ।

