ରାଉରକେଲା:15//12,(ଉତ୍କଳ ସମାଚାର) ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସାରନଗରୀ ଶାଖା ତରଫରୁ ଫର୍ଟିଲାଇଜର ଚିନ୍ମୟ ଏକାଡେମୀ ଠାରେ ଶୀତ ଓ ଗୀତ ସମ୍ପର୍କିତ ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସମ୍ପାଦକ କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଚିନ୍ମୟ ଏକାଡେମୀର ଅଧ୍ୟକ୍ଷ ତ୍ରିନାଥ ଦାଶ ମୋହନୀ ସଭାପତି, ବରିଷ୍ଠ କବି ଗୈ।ରାଙ୍ଗ ଦାଶ ମୁଖ୍ୟଅତିଥି ଓ ଅନୁଷ୍ଠାନର ସଭାପତି ତଥା ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ ସୁରେନ୍ଦ୍ର କୁମାର ବେହେରା ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ। ସଭାପତିତ୍ବ କରୁଥିବା ଶ୍ରୀ ମୋହିନୀ ସଭାପତିତ୍ବ ଅଭିଭାଷଣ ସହ ଅନୁଷ୍ଠାନର ଆଭିମୁଖ୍ୟ କିପରି ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରୁଛି ସେ ସମ୍ପର୍କରେ ମତ ରଖିଥିଲେ। ମୁଖ୍ୟଅତିଥି କବି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଶୀତ କିପରି କବି ଓ ସାହିତ୍ୟିକଙ୍କ ମନରେ ସ୍ବତଃ ସ୍ଫୁରଣ କବିତା ସୃଷ୍ଟି କରାଏ ଓ ପରିଷଦର ଭାଷା ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବିଷୟ ବିଶେଷଜ୍ଞ ଡ ବେହେରା ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ ଶୀତ କେବଳ ଋତୁ ନୁହେଁ ଜୀବନର ଆବଶ୍ୟକତା ମଧ୍ୟ। ଶୀତ କବିଙ୍କୁ କବିତା ଲେଖିବା ପାଇଁ ପ୍ରେରିତ ଓ ପ୍ରେରଣା ଯୋଗାଇଥାଏ। ଏହାସହ ବିଭିନ୍ନ କବି ସାହିତ୍ୟିକଙ୍କ ଉଦାହରଣ ଦେଇଥିଲେ। ମଣିଷ ଜୀବନ ବତୁରି ଯାଇଥିବା କାଗଜ ଡଙ୍ଗା ଭଳି। ଶୀତ ବି ମଣିଷ ଜୀବନର କଥା କୁହେ। ଶୀତ ଏକ ଭାବାନ୍ତର , ଅନୁଚିନ୍ତା ମଧ୍ୟ। ଦ୍ଵିତୀୟ ପର୍ଯ୍ୟାୟରେ କବିତା ଆସରରେ ପରିଷଦର ଉପସଭାପତି ସୁବାସ ଚନ୍ଦ୍ର ପାତ୍ର ସଭାପତିତ୍ବ କରିଥିଲାବେଳେ କବୀ ଶ୍ବେତଲୀନା ଶତପଥୀ ଓ କବୀ ସୁଚିଶ୍ମିତା ପଣ୍ଡା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ। ଶ୍ରୀ ପାତ୍ର ତାଙ୍କ ବକ୍ତବ୍ୟରେ ଶୀତ କିପରି ମହାପ୍ରଭୁଙ୍କ ଲୀଳା, ମାନବୀୟ ଲୀଳା ଓ ତାଙ୍କ ଶୀତ ଋତୁରେ ପୋଷାକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କବୀ ଆରତୀ ବେହେରା, ସବିତା ଦାଶ,ପ୍ରତ୍ୟାଶା ମିଶ୍ର, ସ୍ବୟଂଶ୍ରୀ ସାହୁ, ବୀଣାପାଣି ସାହୁ,ଜାନକୀ ସାହୁ, ଅଶୋକ ରାଉତ, ଶ୍ବେତଲିନା ଶତପଥୀ,ସୈ।ଦାମିନୀ ମହାକୁଡ, ସୁଚିସ୍ମିତା ପଣ୍ଡା ପ୍ରମୁଖ ଶୀତ ସମ୍ପର୍କିତ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅନୁଷ୍ଠାନର ଆଗାମୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। କବି ଶ୍ରୀ ରାଉତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଭାରଞ୍ଜନ ମିଶ୍ର, ଭାରତୀ ବେହେରା, ଉର୍ମିଳା ରଥ, ପ୍ରତିମା ଦେଓ,ମାଧୁରୀ ପ୍ରଧାନ, ଜୟନ୍ତୀ, ପ୍ରତିଭା ଦାଶ ମୋହନୀ, ଅଶୋକ ରାଉତ ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ସାଧାରଣ ସମ୍ପାଦକ ମନୋଜ କୁମାର ଚୈ।ଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ।

