ରାଇଘର.ନରସିଂବାଘ. (ଉତ୍କଳ ସମାଚାର) -ତା 15/12/25 -ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ରାଇଘର ପଂଚାୟତ ଅଧୀନରେ ଥିବା ଖୁଟୁଗାଁ ଠାରେ ଆଜି ସାଂସଦୀୟ ଖେଲ ମହୋତ୍ସବ ଶୁଭ ଉଦ୍ଘାଟନ ହୋଇଯାଇଛି। ସାଂସଦ ପ୍ରତିନିଧି ପ୍ରୀତିସିଗ୍ନା ମହାପତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମହୋତ୍ସବକୁ ଶୁଭାରମ୍ଭ କରିଥିଲେ। ପରେ ସାଂସଦ ପ୍ରତିନିଧି କ୍ରୀଡା ପତାକା ଉତ୍ତୋଳନ କରିଥିଲେ। ବ୍ଲକ ଅଧକ୍ଷ ଗୁପ୍ତ ପ୍ରସାଦ ଝାଙ୍କର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିତୁ ସିଂ, (abdo) ବିଜୟକୁମାର ସେଠି. ସୁଦର୍ଶ ମାଝୀ. ତିରୁ ପାତ୍ର. ଯତୀନ୍ଦ୍ର ନାଥ ଗଣ୍ଡ ରାଇଘର ସରପଞ୍ଚ ଲମୁଧାର ମାଝୀ। ସମେତ ସମସ୍ତ ବିଭିନ୍ନ ଗ୍ରାମ ଆସିଥିବା ଭଦ୍ର ବେକ୍ତି ମାନେ ମଞ୍ଚାସିନ ରହିଥିଲେ |ଏହି ଖେଳ ମହୋତ୍ସବ 5ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ ଫୁଟବଲ, ଭଲିବଲ, ବ୍ୟାଡ଼ ମିଣ୍ଟନ, କବାଡି, ଲମ୍ବାଡିଆଁ, ଉଚ୍ଚାଡିଆଁ, ଦୌଡ, କ୍ରିକେଟ, ଖୋକୋ ଭଳି ବିଭିନ୍ନ ଖେଳ ସାମିଲ ରହିଥିବା ସୂଚନା ମିଳିଛି | ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଖେଳାଳି ମାନଙ୍କୁ ମେଡାଲ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣେଇଥିଲେ |ଏହି ଖେଳ ମହୋତ୍ସବରେ ରାଇଘର ବ୍ଲକର ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଭାଗ ନେଇଥିବା ବେଳେ କଲେଜ ଓ ବିଦ୍ୟାଳୟ ଗୁଡିକର ଖେଳ ଶିକ୍ଷକ,ଅଧ୍ୟାପକ ଓ ସହ ଶିକ୍ଷକମାନେ ଉପସ୍ଥିତ ରହିଥିଲେ |

