ପାପଡାହାଣ୍ଡି -15:12:25-(ଉତ୍କଳ ସମାଚାର)ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାଵାଲ ଠାରେ ଆଜି ପାପଡାହାଣ୍ଡି ବ୍ଲକ କୃଷି କାର୍ଯ୍ୟାଳୟ ତରଫରୁ 40 ଜଣ କୃଷକଙ୍କୁ ଚଣା ବିହନ ବଣ୍ଟନ କରାଯାଇଛି, ଏହି ଅବସରରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ସଭାପତି ଶ୍ରୀ ମୋତିରାମ ନାୟକ, ସଂମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମାଳତୀ ଭତରା, ସମିତି ସଭ୍ୟା ଶ୍ରୀମତୀ ବୋଇଦି ଭତରା, ନୟାବ ସରପଞ୍ଚ ଯାହାଙ୍ଗୀର, ପାପଡାହାଣ୍ଡି ଏଡିଓ ଶ୍ରୀ ବିଶ୍ୱଜିତ ସାହୁ, ଏଏଓ ମିସ ଏ. ଲାଭାନ୍ୟା, ଏଓ ଶ୍ରୀମତୀ ବିଷ୍ନୁପ୍ରିୟା ସାହୁ ଏବଂ କୃଷକ ସାଥି ଯୋଗ ଦେଇଥିଲେ,ଏହି ଅବସରରେ ଜଟାଵାଲ ପଂଚାୟତର ମୋଟ 40 ଜଣ ଚାଷୀଙ୍କୁ ଜଣକ ପିଛା ଡେଡ ଏକର ଜମି ପାଇଁ 25 କିଗ୍ରା ହିସାବ ରେ ବିହନ ମାଗଣା ରେ ବଣ୍ଟନ କରାଯାଇଛି l

