ପାପଡାହାଣ୍ଡି-15:12:25-(ଉତ୍କଳ ସମାଚାର) ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ଗ୍ରାମ ପଞ୍ଚାୟତରେ ଚଣା ବିହନ ଚାଷୀକୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଛି ! ସ୍ଥାନୀୟ ଜାମ୍ବଗୁଡା ଗ୍ରାମ ଠାରେ ସରକାରଙ୍କ କୃଷି ବିଭାଗ ଦ୍ଵାରା ଧାନ ଚାଷ ଅମଳ ହେଲାପରେ ଜମିକୁ ପଡିଆ ନ ରଖିବାପାଇଁ ଏହିଁ ଚଣା ବିହନ ଯୋଗାଇ ଦିଆଯାଇଛି ! ଯାହା ଫଳରେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ଉପକୃତ ହୋଇଛନ୍ତି! ଧାନ ଚାଷ ଅମଳ ପରେ ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ବାସୀ ଚାଷ ଜମିରେ କୌଣସି ଚାଷ କରାଯାଉ ନଥିଲା କିନ୍ତୁ ବର୍ତ୍ତମାନ ଏହି ବିହନ ମିଳିବା ଦ୍ୱାରା ଚାଷୀ ମାନେ ଚଣା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି! ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ରାମବତୀ ମାଝୀ ଓ କୃଷକ ସାଥି ତ୍ରିନାଥ ନାୟକ ଉପସ୍ଥିତ ରହି ଚାଷୀ ମାନଙ୍କୁ ଚଣା ବିହନ ବିତରଣ କରିଥିଲେ!ଏହି କାର୍ଯ୍ୟ କ୍ରମରେ ଚାଷୀ ମାନଙ୍କ ମଧ୍ୟରେ ହରିଶଙ୍କର ବିଷୋୟୀ, ଦୁର୍ଗା ପ୍ରସାଦ ବିଷୋୟୀ, ଗୋକୁଳ ବିଷୋୟୀ, ଯୁ ଯୁଗରାଜ ପୂଜାରୀ, ଶଙ୍କଧର ବିଷୋୟୀ, ବିଜୟ କୁମାର ବିଷୋୟୀ, ଉମାଶଙ୍କର ବିଷୋୟୀ, ଲବ ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ଯଗୋଦିଶ ମାଝୀ, କୃର୍ଷ୍ଣ ଚନ୍ଦ୍ର ବିଷୋୟୀ, ରାମ ପ୍ରସାଦ ବିଷୋୟୀ ପ୍ରମୂଖ ଚାଷି ଉପସ୍ଥିତ ରହି କୃଷି ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି !

