ରାଉରକେଲା,15//12,(ଉତ୍କଳ ସମାଚାର)ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା ର ଦାର୍ଜିଂ ପିକନିକ୍ ସ୍ଥଳକୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ନେଇ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଏକ ସଚେତନତା କାର୍ଯ୍ୟକ୍ରମ ଏସପିସିବି ର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ଓ ବିଦ୍ୟା ଷ୍ଟଡି ପଏଣ୍ଟ ର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା l ସେଠାରେ ବଣଭୋଜି କରୁଥିବା ଦଳ ମାନଙ୍କୁ ସଚେତନତା କରାଯାଇଥିଲା l ଏସପିସିବି ର ରାଉରକେଲା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନିର୍ଦେଶ କ୍ରମେ ବିଭାଗୀୟ ଉପ ପରିବେଶ ଯନ୍ତ୍ରୀ ରଜତ କୁମାର ସେଠି ଯୋଗ ଦେଇ ଦାର୍ଜିଂ ପିକନିକ୍ ପରିସରରେ ପ୍ଲାଷ୍ଟିକ ବ୍ୟବହାର କୁ ନିଷିଦ୍ଧ ଘୋଷଣା କରିଥିଲେ l ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବିଭଵ ଭରା ତଥା ବ୍ଲୁଷ୍ଟୋନ ଭାବେ ପରିଚିତ ଦାର୍ଜିଂପିକନିକ୍ ଅଞ୍ଚଳ ଓ କୁଳୁକୁଳୁ ନାଦରେ ବହିଯାଉଥିବା ବ୍ରାହ୍ମଣୀ ନଦୀରେ ବର୍ଜ୍ୟ ବସ୍ତୁ କିମ୍ୱା ପଲିଥିନ ନଫିଙ୍ଗିବାକୁ ପରାମର୍ଶ ଦିଆଯାଇଥିଲା l ପିକନିକ୍ ସ୍ଥଳ ଭାବେ ସୁପରିଚିତ ଦାର୍ଜିଂର ସ୍ୱଛତା ବାଜୟୀ ରଖିବାକୁ ଆହ୍ୱାନ କରାଯାଇଛି lଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟା ଷ୍ଟଡି ପଏଣ୍ଟ ର ମୁଖ୍ୟ ସରୋଜ ବେହେରା, ଅଧ୍ୟାପିକ ଡ଼. ବସନ୍ତ ଦାସ, ପ୍ରମୁଖ ଉପସ୍ଥିତ ଥିଲେ l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ଓ ଏସପିସିବିର ଏଫ.ଏ ମନୋଜ କୁମାର ନାୟକ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଅନୁଷ୍ଠାନ ର ସ୍ବେଛାସେବୀଗଣ ଙ୍କ ସହ ଛାତ୍ର ଛାତ୍ରୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ l

